କରୋନା ପ୍ରଭାବିତ ଅଞ୍ଚଳ ତଥା ଗରିବଙ୍କୁ ସାହାଯ୍ୟ କରିବେ କରନ ଜୋହର…ପିଏମ୍ କେୟର୍ସ ବ୍ୟତୀତ ଏହି ସଂସ୍ଥାଗୁଡିକୁ କରିବେ ସହଯୋଗ

1 min read

ମୁମ୍ବାଇ: କରୋନା ଭାଇରସ ଯୋଗୁଁ ଦେଶରେ ଏମିତି ଅନେକ ପରିବର୍ତ୍ତନ ହେଉଛି , ଯାହା କେହି ଆଶା କରି ନ ଥିଲେ। ତେବେ ଫିଲ୍ମ ଜଗତ ନେଇ ଅନେକ ଲୋକଙ୍କର ସମାନ ଚିନ୍ତାଧାରା ଥାଏ ଯେ, ଏଠାରେ କାମ କରୁଥିବା ଲୋକମାନେ କେବଳ ନିଜ ବିଷୟରେ ଭାବନ୍ତି। ହେଲେ ପରଦାରେ ନଜର ଆସୁଥିବା ଅଭିନେତା ଅଭିନେତ୍ରୀ ରିୟଲ ଲାଇଫରେ ମଧ୍ୟ ହିରୋ ହୋଇପାରନ୍ତି ତାହା ଏବେ ଜଣାପଡିଛି । କରୋନା ଯୋଗୁଁ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି ଘଡିସନ୍ଧି ମସୟରେ ବଲିଉଡର ଅନେକ ତାରକା ସହାୟତାର ହାତ ବଢାଇଛନ୍ତି ।   ସମଗ୍ର ବଲିଉଡ ଏକଜୁଟ ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଏହି ତାଲିକାରେ ଏବେ ଫିଲ୍ମ ନିର୍ମାତା ତଥା ପ୍ରଯୋଜକ ଓ ନିର୍ଦ୍ଦେଶକ କରନ ଜୋହରଙ୍କ ନାଁ ଯୋଡିଯାଇଛି ।

ନିକଟରେ ସେ ଏକ ଭାବୁକ ପୋଷ୍ଟ ଲେଖିଛନ୍ତି । କଠିନ ପରିସ୍ଥିତିରେ କରନ ନିଜ ଦେଶର ଲୋକଙ୍କୁ ସାହାଯ୍ୟ କରିବେ ବୋଲି ଲେଖିଛନ୍ତି। କରନ ଜୋହର, ଧର୍ମା ପ୍ରଡକ୍ସନ ମାଧ୍ୟମରେ ପିଏମ କେୟାର ଫଣ୍ଡ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି, ‘ଗିଭ୍ ଇଣ୍ଡିଆ ଫଣ୍ଡ ରେଜର’, ‘ଗୁଞ୍ଜ’, ‘ଜୋମାଟୋ ଇଣ୍ଡିଆ ଫିଡିଂ’, ‘ଆନ୍ତର୍ଜାତୀୟ ଆସୋସିଏସନ ଫର ହ୍ୟୁମାନ ଭାଲ୍ୟୁ’ ଏବଂ ‘ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’କୁ ସହାୟତା କରିବା ନେଇ ଘୋଷଣା କରିଛନ୍ତି । ଗତମାସରୁ ଭାରତ ଏହି ମହାମାରୀକୁ ଦୂର କରିବା ପାଇଁ ଘରେ ନିରାପଦରେ ରହିବାକୁ ନିଷ୍ପତ୍ତି ନିଆଯାଇଛି। ସମଗ୍ର ବିଶ୍ୱ ଏହି ରୋଗ ସହ ଏବେ ମୁକାବିଲା କରୁଛି । ବିଶେଷକରି ଶ୍ରମିକମାନଙ୍କ ଏବେ ଖୁବ କଷ୍ଟକର ସମୟ କାରଣ ବଞ୍ଚିବା ପାଇଁ ସେମାନେ ଦିନମଜୁରୀ ଉପରେ ନିର୍ଭର କରନ୍ତି । ସେଥିପାଇଁ କରନ ସେମାନଙ୍କୁ ସାହାଯ୍ୟ କରିବା ନିଜ ଦାୟିତ୍ୱ ବୋଲି କହିଛନ୍ତି ।

ଏହି କାରଣରୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏବଂ ବେସରକାରୀ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଧର୍ମା ପରିବାର ଏକତ୍ରିତ ହୋଇଛନ୍ତି। ଏବେ ବି ବହୁତ କିଛି କରିବାକୁ ବାକି ରହିଛି । କରନ ସମସ୍ତଙ୍କୁ ଏକାଠି COVID ସହିତ ମୁକାବିଲା କରିବାକୁ କହିଛନ୍ତି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ଲେଖିଛନ୍ତି କରନ। ‘ ଏହା ବ୍ୟତୀତ କରନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କରୋନା ଯୋଗୁଁ ଅନେକ ଲୋକେ ଅସୁବିଧାରେ ଅଛନ୍ତି। କରନ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ଆମେ ସମସ୍ତେ ଏକାଠି ଅଛୁ ଏବଂ ଏହି କଷ୍ଟ ସମୟରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ । ସେଥିପାଇଁ ଏହି ଲକଡାଉନ୍ ସମୟରେ ରିଲିଫ୍ ଯୋଗାଇବା ପାଇଁ ଧର୍ମା ପରିବାର ଏହି ମିଶନରେ ସାମିଲ ହୋଇଛି ।

 

 

 

 

 

Leave a Reply