କାଶ୍ମୀରରେ ବଡ଼ ଧରଣରେ ଆତଙ୍କବାଦୀ ଆକ୍ରମଣ: ସିଆରପିଏଫର ୩ ଯବାନ ସହିଦ
ଶ୍ରୀନଗର: ଜାମ୍ମୁ–କାଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଜିଲ୍ଲାରେ ବଡ ଧରଣର ଆତଙ୍କବାଦୀ ଆକ୍ରଣ ହୋଇଛି । ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀ ସିଆରପିଏଫ୍ ଓ ପୋଲିସର ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ ।
ଏହାପୂର୍ବରୁ ଶୁକ୍ରବାର ଦିନ ଆତଙ୍କବାଦୀ ପୁଲୱାମା ଜିଲ୍ଲାର ନେଭାଠାରେ ସୁରକ୍ଷାବଳଙ୍କ ଉପରେ ହମଲା କରିଥିଲେ । ଯେଉଁଥିରେ ସିଆରପିଏଫର ଜଣେ ଯବାନ ଆହତ ହୋଇଥଇଲେ । ପରେ ତାଙ୍କୁ ଆର୍ମୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।