ଶିଳ୍ପାଙ୍କ ଝିଅକୁ ହେଲା ୨ ମାସ,ଲକଡାଉନରେ ଏମିତି ଦୁଇ ପିଲାଙ୍କ ସହ ଦିନ ବିତାଉଛନ୍ତି …

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜର ୨ମାସର ଝିଅ ସାମିଶାଙ୍କୁ ଧରି ଖେଳୁଛନ୍ତି। ଏହା ସହିତ ସେ ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଯେ, ୧୫ ନମ୍ବର ତାଙ୍କ ପାଇଁ ବହୁତ ଲକି। କାରଣ ଏହି ଦିନ ତାଙ୍କ ଝିଅ ଜନ୍ମ ହୋଇଥିଲା। ଏହି ୧୫ ତାରିଖରେ ତାଙ୍କ ଟିକ୍‌ଟକ୍‌ ଆପ୍‌ରେ ୧୫ ମିଲିୟନ ଫଲୋର୍ସ ମଧ୍ୟ ହୋଇଛନ୍ତି। ସେଥିଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅକୁ ୧୫ ତାରିଖରେ ୨ମାସ ହୋଇଛି।

ସେ ତାଙ୍କ ଝିଅକୁ ଧରି ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ କୋଳକୁ ଏକ ଝିଅ ଆସିଥିବାରୁ ସେ ଭାଗବାନଙ୍କୁ ମଧ୍ୟ ବହୁତ  କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ସେ ଲକ୍‌ଡାଉନ୍‌ରେ ବିଲକୁଲ ବି ବୋର୍‌ ହେଉନାହାନ୍ତି। ଦୁଇ ପିଲାଙ୍କ ପାଖରେ ସମୟ କିପରି କଟିଯାଉଛି ସେ ଜାଣି ମଧ୍ୟ ପାରୁନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କରୋନା ମହାମାରୀ ସହ ଲଢେଇ କରିବାକୁ ହେଲେ, ଘରେ ସୁରକ୍ଷିତ ଭାବେ ରହିବାକୁ ପଡ଼ିବ। ଘରୁ ବାହାରନ୍ତୁ ନାହିଁ। ସୁରକ୍ଷିତ ରହୁନ୍ତୁ, ସତର୍କ ରୁହନ୍ତୁ।

Leave a Reply