spot_img

Latest Posts

କରୋନା ସଂକ୍ରମଣର ୩୦ ଦିନ ପରେ କଣ ଅଛି ଓଡ଼ିଶାର ସ୍ଥିତି ? ଜାଣନ୍ତୁ…

ଭୁବନେଶ୍ୱର: ୩୦ ଦିନ, ୬୦ କେସ୍ । ଅର୍ଥାତ୍ ଦିନକୁ ହାରାହାରି ୨ଟି ସଂକ୍ରମଣ ମାମଲା । ଓଡ଼ିଶାରେ କରୋନା ସଂକ୍ରମଣକୁ ମାସେ ବିତିଛି । ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ୧୫ ମାର୍ଚ୍ଚରେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ମାମଲା ଆସିଥିଲା ରାଜଧାନୀରୁ । ଯାହା ପରେ ପୂରା ରାଜ୍ୟରେ ଆତଙ୍କ ଖେଳି ଯାଇଥିଲା । ତା ପରେ ଗୋଟିଏ ପରେ ଗୋଟିଏ ସଂକ୍ରମିତ ମାମଲା ଆସିବା ସହ ସୁସ୍ଥ ହେବାରେ ଲାଗିଥିଲେ ଆକ୍ରାନ୍ତ । ମାସକ ମଧ୍ୟରେ ରାଜ୍ୟରେ ୬୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।

୩୦ ଦିନ, ୬୦ କେସ୍

ଦେଶରେ ଅନ୍ୟ ରାଜ୍ୟ ଅପେକ୍ଷା ରାଜ୍ୟରେ ସଂକ୍ରମିତ ହାର୍ ବହୁତ କମ୍ ରହିଛି । ମାସକ ମଧ୍ୟରେ ରାଜ୍ୟରେ ୬୦ଟି ସଂକ୍ରମଣ କେସ୍ ଚିହ୍ନଟ ହୋଇଛି । ସର୍ବାଧିକ ୪୬ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ଭଦ୍ରକ । ଏଠାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗ ମେଦିନାପୁରର ଜଣେ ଆକ୍ରାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ମୃତ
ଖୋର୍ଦ୍ଧା ୧୨ ୦୧
ଭଦ୍ରକ ୦୩ ୦୨ ୦୦
କଳାହାଣ୍ଡି ୦୨ ୦୦
ସୁନ୍ଦରଗଡ଼ ୦୨ ୦୦
କେନ୍ଦ୍ରାପଡ଼ା ୦୨ ୦୦ ୦୦
କଟକ ୦୧ ୦୧ ୦୦
ଯାଜପୁର ୦୧ ୦୦
ପୁରୀ ୦୧ ୦୧ ୦୦
ଢେଙ୍କାନାଳ ୦୧ ୦୦ ୦୦
ମୋଟ ୫୪ ୧୯ ୦୧

ଭଲ ଖବର: ସୁସ୍ଥ ହାର୍ ଅଧିକ

ଓଡ଼ିଶା ପାଇଁ ଆଶ୍ୱସ୍ତିର ବିଷୟ ହେଉଛି ଏଠାରେ ସୁସ୍ଥ ହାର୍ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ସଂକ୍ରମିତ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି । ଏଯାବତ୍ ରାଜ୍ୟରେ ୬୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

୩୦ ଦିନରେ ଜଣେ ମୃତ

କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର୍ ଓଡ଼ିଶାରେ ଉଦବେଗ୍ ଜନକ ନୁହେଁ । ରାଜ୍ୟରେ କେବଳ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ । ସେ ଏକାଧିକ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

କରୋନା ମୁକାବିଲାରେ ଦେଶ ପାଇଁ ଓଡ଼ିଶା ରୋଲ୍ ମଡେଲ

ମହାମାରୀ କରୋନା ସଂକ୍ରମଣକୁ ନେଇ କଣ କରିବେ ସମସ୍ତେ ଏକଥା ଭାବୁଥିବା ବେଳେ ଓଡ଼ିଶା ପଦକ୍ଷେପ ନେବା ଆରମ୍ଭ କରିଥିଲା । ରାଜ୍ୟରେ ଜଣେ ବିଦେଶ ଫେରନ୍ତା ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ପରେ ସରକାର ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଖୋଲି ପଞ୍ଜିକରଣ କରିବାକୁ ବାଧ୍ୟ କରିଥିଲେ । ମାର୍ଚ୍ଚ ୧୭ ତାରିଖରେ ସରକାର ପ୍ରତି ପଞ୍ଚାୟତରେ ଆଇସୋଲେସନ୍ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।

ଏପିରିକି ୪ ମାସର ଭତ୍ତା ଓ ୩ ମାସର ପିଡିଏସ୍ ସାମଗ୍ରୀ ଆଗୁଆ ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେବା ସହ ବଣ୍ଟନ ଆରମ୍ଭ କରିଥିଲେ । ସମ୍ଭାବ୍ୟ ସଂକ୍ରମଣ ରୋକିବାକୁ ଏପ୍ରିଲ୍ ୨୦ରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀକୁ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ କରାଯାଇଥିଲା । ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ମନା କରାଯାଇଥିଲା ।

ମାର୍ଚ୍ଚ ୨୧ରେ ୫ ଜିଲ୍ଲା ଓ ୮ ସହରକୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିଲେ । ୨୨ ତାରିଖରେ ବାହାର ରାଜ୍ୟକୁ ବସ୍ ଚଳାଚଳ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ୨୩ ତାରିଖରେ ୧୪ଟି ଜିଲ୍ଲାକୁ ଲକଡାଉନ୍ ସମ୍ପ୍ରସାରଣ ହୋଇଥିଲା । ୨୪ରେ ସମ୍ପୂର୍ଣ୍ଣ ରାଜ୍ୟକୁ ଲକଡାଉନ୍ ଘୋଷଣା କରିଥିଲେ ସରକାର । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଜାତୀୟ ସ୍ତରରେ ଲକଡାଉନ୍ ଲାଗୁ ହୋଇଥିଲା ।

 

ମାର୍ଚ୍ଚ ୨୬ରେ ସରକାର ରାଜ୍ୟରେ କୋଭିଡ୍ ହସ୍ପିଟାଲ ପାଇଁ ପଦକ୍ଷେପ ନେଇଥିଲେ । ଏଥିରୁ ଅଧିକାଂଶ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ୨୪ଟି ମେଡିକାଲ୍ କାର୍ଯ୍ୟକ୍ଷମ ହେବ । ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୨୨ ଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

Latest Posts

Don't Miss