spot_img

Latest Posts

ପୋଲିସ ଅଟକାଇବାରୁ ଅସୁସ୍ଥ ବୁଢା ବାପାଙ୍କୁ କାଖ କରିନେଲେ

ପୁନାଲୁର: ବୁଧବାର ଦିନ ଦେଶରେ ଲକଡାଉନ୍ ପରିସ୍ଥିତି ମଧ୍ୟରେ ସୋସିଆଲ ମିଡିଆରେ କେରଳର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କର ୬୫ ବର୍ଷିୟ ଅସୁସ୍ଥ ବାପାଙ୍କୁ ଏକ ଅଟୋରେ ଡାକ୍ତରଖାନାରୁ ଘରକୁ ଫେରାଇ ନେଉଥିବା ବେଳେ ପୋଲିସ ଉକ୍ତ ଅଟୋକୁ ଅଟକାଇଥିଲା । ସେ ଅଟୋ ରୋଗୀଙ୍କୁ ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ, କିନ୍ତୁ ଯେତେବେଳେ ପୋଲିସ ତାଙ୍କୁ ଅଟକାଇଥିଲା, ସେତେବେଳେ ତାଙ୍କ ପୁଅ ଅସୁସ୍ଥ ବାପାଙ୍କୁ ଘରକୁ ନେବା ପାଇଁ ବାପାଙ୍କୁ କାଖକରି ରାସ୍ତାରେ ଦୌଡ଼ିଥିଲେ ।

ଘଟଣାଟି ହେଉଛି କେରଳର ପୁନାଲୁର ସହରର । କୁହାଯାଉଛି ଯେ ତାଙ୍କ ପୁଅ ଅସୁସ୍ଥ ବାପାଙ୍କୁ ଡାକ୍ତରଖାନାରୁ ଘରକୁ ନେବାକୁ ଅଟୋ ଡାକିଥିଲେ । ତେବେ ଘରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ଚେକ୍ ପୋଷ୍ଟରେ ପୋଲିସ ଅଟୋକୁ ଅଟକାଇଥିଲା । ଯେତେବେଳେ ଲକଡାଉନ୍ ମଧ୍ୟରେ ଅନ୍ୟ କୌଣସି ରାସ୍ତା ମିଳିଲା ନଥିଲା, ସେହି ବ୍ୟକ୍ତି ଜଣଙ୍କ ବାପାଙ୍କୁ କାଖ କରି ନେଇଥିଲେ । 

ମାନବାଧିକାର କମିଶନ ତରଫରୁ ମାମଲା ରୁଜୁ

ଏହି ମାମଲାରେ କେରଳ ରାଜ୍ୟ ମାନବ ଅଧିକାର ଆୟୋଗ ନିଜ ତରଫରୁ ମାମଲା ରୁଜୁ କରି ପୋଲିସକୁ ପଚରାଉଚରା କରିଛି। ଏନେଇ ପୋଲିସକୁ ନୋଟିସ ଜାରି କରିବାବେଳେ ଆୟୋଗ ପଚାରିଛନ୍ତି ଯେ କେଉଁ ପରିସ୍ଥିତିରେ ରୋଗୀକୁ ନେଉଥିବା ଗାଡିକୁ ଅଟକା ଯାଇଥିଲା ।

ପୋଲିସକୁ ଘେରିଲା ସୋସିଆଲ ମିଡିଆ

ତେବେ କେରଳରେ ଏହି ଘଟଣା ଦେଖି ସମସ୍ତେ ପ୍ରଶ୍ନ କରିଛନ୍ତି ଯେ, ଅଟୋଟି ରୋଗୀଙ୍କୁ ନେଉଥିବା ଜାଣି ବି ପୋଲିସ ଗାଡିଟିକୁ ଯିବାକୁ କାହିଁକି ଅନୁମତି ଦେଲା ନାହିଁ ? ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ପୋଲିସର ଏଭଳି କାର୍ଯ୍ୟକୁ ଗ୍ରହଣ କରି ନଥିଲେ । ଅନ୍ୟପକ୍ଷରେ ଅନେକ ଲୋକ ଏହା ମଧ୍ୟ ଲେଖିଛନ୍ତି ଯେ ଗରିବ ଲୋକ ଆମ୍ବୁଲାନ୍ସ ଟଙ୍କା ଦେଇପାରୁନାହାଁନ୍ତି, ତେଣୁ ସେ ତାଙ୍କ ଅସୁସ୍ଥ ବାପାକୁ ଏକ ଅଟୋରେ ନେବାକୁ ବାଧ୍ୟ ହୋଇଥିଲେ ।

Latest Posts

Don't Miss