କେତେ ଅଲଗା ହେବ ଲକଡାଉନ୍ ପାର୍ଟ-୨,ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ଅନୁମାନ ବଜାର ଗରମ
![](https://nandighoshatv.com/wp-content/uploads/2020/04/lockdown__1586772041_618x347.jpeg)
ନୂଆଦିଲ୍ଲୀ: କରୋନା ମହାସଙ୍କଟ ପାଇଁ ଦେଶରେ ଲକଡାଉନ୍ । ଲକଡାଉନର ଅବଧି ଆସନ୍ତା ମଙ୍ଗଳବାରରେ ସରିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏବଂ ଏଥିରେ ଲକଡାଉନ୍ ସମ୍ବନ୍ଧିତ କିଛି ତଥ୍ୟ ରଖିପାରନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି, କଣ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଲକଡାଉନ୍ ବଢାଇବାକୁ ଘୋଷଣା କରିବେ ? ଯଦି ଲକଡ଼ାଉନ୍ ବଢାଯାଏ ତେବେ ଏଥିରେ କଣ ପରିବର୍ତ୍ତନ ଆସିବ ?
ଯେତେବେଳେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ହିଁ ଲକଡାଉନ ବଢିବାନେଇ ସଙ୍କେତ ଦିଆଯାଇଥିଲା । ଏହି ଆଲୋଚନା ପରେ କେତେ ଗୁଡ଼ିଏ ରାଜ୍ୟ ମଧ୍ୟ ତାଙ୍କ ରାଜ୍ୟର ଲକଡାଉନର ଅବଧି ବଢାଇଦେଇଥିଲେ ।
ପ୍ରଥମ ଲକଡାଉନଠାରୁ ଅଲଗା ହେବ କି ଦ୍ୱିତୀୟ ଲକଡାଉନ୍ ?
ଯଦି ଦ୍ୱିତୀୟ ଲକଡାଉନ୍ ଏପ୍ରିଲ୍ ୧୫ରୁ ଆରମ୍ଭ ହୁଏ, ତେବେ ଏହା ପ୍ରଥମ ଲକଡାଉନ୍ ଠାରୁ କିଛି ଭିନ୍ନ ହେବ । ଏଥର ସରକାର କିଛି ବିଭାଗକୁ କୋହଳ କରିବେ, ଯାହାଫଳରେ ଅର୍ଥନୀତି ଏବଂ ସାଧାରଣ ଜୀବନ ଶୈଳୀରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଶିଳ୍ପ, କୃଷକ ଏବଂ ଶ୍ରମିକଙ୍କ ପାଇଁ ଏଥରର ଲକଡ଼ାଉନ୍ କୋହଳ ହେବାନେଇ ସମ୍ଭାବନା ରହିଛି ।
ଦ୍ୱିତୀୟ ଲକଡାଉନରେ ଏହି ବିଭାଗ ଗୁଡ଼ିକୁ କୋହଳ କରାଯିବ କି ?
ବୈଶାଖୀ ପର୍ବ ପରେ ଅମଳ ପ୍ରକ୍ରିୟା ଆରମ୍ଭ ହେବ, ଏହି ସମୟରେ ଶ୍ରମିକମାନଙ୍କୁ କୃଷି କାର୍ଯ୍ୟ କରିବା ସ୍ଥାନରେ ପହଞ୍ଚିବାକୁ କିଛି ସ୍ୱତନ୍ତ୍ର ଟ୍ରେନ୍ ବସ୍ ଚଳାଚଳ କରାଯାଇପାରିବ | ଯେତେବେଳେ ପ୍ରଥମ ଲକଡାଉନର ଘୋଷଣା ହେଲା, ସେ ସମୟରେ ଅନେକ ରାଜ୍ୟରେ ଅନେକ ଶ୍ରମିକ ଫସି ରହିଥିଲେ ।
ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କରୋନା ସଙ୍କଟ ମଧ୍ୟରେ ସରକାର ଥରେ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି, କିନ୍ତୁ ବର୍ତ୍ତମାନ ଆଶା କରାଯାଉଛି ଯେ ଦିନ ମଜୁରିଆ ମାନଙ୍କ ପାଇଁ କିଛି ବିଶେଷ ଘୋଷଣା କରାଯାଇପାରେ।
ଅର୍ଥବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ, ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ସହିତ ଏହାସହ ଜଡିତ ଆଉ କିଛି ଶିଳ୍ପକୁ ରିହାତି ଦିଆଯିବା ସମ୍ଭାବନା ମଧ୍ୟ ବ୍ୟକ୍ତ କରାଯାଉଛି । ତଥାପି, ଏଠାରେ ମଧ୍ୟ ସାମାଜିକ ଦୂରତା ଅନୁସରଣ କରିବା ଆବଶ୍ୟକ ହେବ ।
ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ
ଯେତେବେଳେ କରୋନାଭାଇରସ୍ ମହାମାରୀର ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଥିଲେ, ସେତେବେଳେ ସେ ‘ଜାନ ହେ ତୋ ଜାହାନ ହେ’ର କଥା କହିଥିଲେ । ଏହିସମୟରେ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ‘ଜାନ୍ ଭି ଔର ଜାହାନ ଭି’ ଏହି ନୂତନ ସ୍ଲୋଗାନ ଦେଇଥିଲେ ଯାହା ସୂଚାଇ ଦେଇଛି ଯେ କେତେକ ବିଭାଗକୁ ଲକ ଡାଉନରୁ ବାଦ ଦିଆଯାଇ ପାରେ ।