spot_img

Latest Posts

ନ୍ୟୁୟର୍କରେ ଦେଖିବାକୁ ମିଳିଲା ଇଟାଲୀର ଦୃଶ୍ୟ, ଶବକୁ ଦିଆଯାଉଛି ସାମୁହିକ ସମାଧି

ଯୁକ୍ତରାଷ୍ଟ୍ର ଆମେରିକା: ବର୍ତ୍ତମାନ ଆମେରିକାରେ କରୋନାର ସବୁଠାରୁ ଭୟଙ୍କର ଦୃଶ୍ୟ ଦେଖିବାରୁ ମିଳୁଛି । ଆମେରିକାରେ କରୋନା ଭାଇରସରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କୁହାଯାଉଛି ଯେ ଆମେରିକାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି ଯେ ଶବକୁ ସମାଧି ପାଇଁ ଜାଗା ମିଳୁନାହିଁ। ସେଠାରେ ଲୋକଙ୍କୁ ସମାଧି ଦେବା ପାଇଁ ସେତିକି ଶ୍ମଶାନ ନାହିଁ ।

କୁହାଯାଉଛି ଯେ କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସହର ହେଉଛି ନ୍ୟୁୟର୍କ ସିଟି । ସମ୍ପ୍ରତି କିଛି ଚିତ୍ର ଏବଂ ଭିଡିଓ ବାହାରିଛି, ଯାହା ଅତ୍ୟନ୍ତ ଭୟଙ୍କର ଏବଂ ବିପଜ୍ଜନକ ମନେ ହେଉଛି । ନ୍ୟୁୟର୍କରେ କରୋନା ଭାଇରସରେ ଏତେ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଛନ୍ତି ଯେ ସମାଧି ଦେବା ପାଇଁ ନ୍ୟୁୟର୍କରେ ନୂତନ କବର ନିର୍ମାଣ କରାଯାଉଛି ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ହାର୍ଟ ଦ୍ୱୀପରେ ଏକ ଶ୍ମଶାନ ନିର୍ମାଣ କରାଯାଇଛି ଯେଉଁଠାରେ ଲୋକଙ୍କୁ ସମାଧି ଦିଆଯାଇଛି। ସୂଚନାନୁସାରେ, ସେଠାରେ ସେହି ଲୋକମାନଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା ଯେଉଁ ମାନଙ୍କର କେହି ପରିବାର ସଦସ୍ୟ ନଥିଲେ ବୋଲି ଜଣାପଡିଛି । କରୋନା ଭାଇରସ ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହେତୁ ମୃତ ଦେହ ସଂଖ୍ୟା ବୃଦ୍ଧି ପାଇଛି। ଦ ଡେଲି ନ୍ୟୁଜ୍ କହିଛି ଯେ ପ୍ରଥମେ ସପ୍ତାହକୁ ଥରେ ଶବକୁ ସମାଧି ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ୫ ଦିନ ଶବକୁ ସମାଧି ଦିଆଯାଉଛି ।

ଡ୍ରୋନ୍ କ୍ୟାମେରାର ଫୁଟେଜରେ ଏହା ଦେଖିବାକୁ ମିଳିବ ଯେ ସମସ୍ତ ଶବକୁ ଏକାଠି ପୋତି ଦିଆଯାଉଛି। ଏହି ଚିତ୍ରଗୁଡ଼ିକ ଏତେ ବିଚଳିତ ଯେ କାହାକୁ ହତାଶ ମଧ୍ୟ କରିପାରେ  । କରୋନା ଭାଇରସ ମହାମାରୀ ଯୋଗୁଁ ସହରରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଲୋକମାନେ ଭୟର ଛାୟାରେ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ ଦ୍ୱୀପରେ ସମାଧି ପାଇଁ ମୃତ ଶରୀରକୁ ବ୍ୟାଗରେ ଗୁଡ଼ାଇ ଏକ କଫିନରେ ରଖାଯାଇଛି। ମୃତକଙ୍କ ନାମ ପ୍ରତ୍ୟେକ କଫିନ୍ ଉପରେ ବଡ ଅକ୍ଷରରେ ଲେଖାଯାଇଛି । ଯାହା ଦ୍ୱାରା ଯଦି ଆବଶ୍ୟକ ହୁଏ ତେବେ ପୁନର୍ବାର ମୃତକଙ୍କ ମୃତଦେହ ଖୋଜିବା ସହଜ ହୋଇପାରିବ । ମେସିନ୍ ଦ୍ୱାରା ଖୋଳା ଯାଇଥିବା ଏକ ଲମ୍ବା ସଂକୀର୍ଣ୍ଣ ଖାଲରେ ଶବଗୁଡିକ କାର୍ଟ ମାଧ୍ୟମରେ ପୋତି ଦିଆଯାଉଛି ।

 

Latest Posts

Don't Miss