ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁଁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

1 min read

ବେଜିଂ: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି। ଏବେ ସେଠାକାର ରାସ୍ତାରେ ଜନ ଗହଳି ଦେଖାଯାଇଛି। ହେଲେ ଲକ୍‌ଡାଉନ ଖୋଲିବା ପରେ ଲୋକଙ୍କ ମଧ୍ୟରେ ବିବାହକୁ ନେଇ ଯେମିତି ପ୍ରତିଯୋଗୀତା ଚାଲିଥିବା ଦେଖାଯାଇଛି।

ମିଳିଥିବା ସୂଚନା ମୁତାବକ ପୂର୍ବାପେକ୍ଷା ୩ଶହ ପ୍ରତିଶତ ଅଧିକ ଲୋକ ବିବାହ କରିବାକୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ କରିଥିବା କୁହାଯାଇଛି। ଫଳରେ ମାଟ୍ରିମୋନିଆଲ ୱେବସାଇଟ୍‌ କିଛି ସମୟ ପାଇଁ କ୍ରାସ୍‌ ହୋଇଯାଇଥିଲା । ଚାଇନା ପୋଷ୍ଟର ସୂଚନା ଅନୁଯାୟୀ, ଚାଇନାରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ପେମେଣ୍ଟ ପ୍ଲାଟଫର୍ମ ଅଲିପେ (Alipay) କହିଛି ଲକ୍‌ଡାଉନ ଖୋଲିବା ପରେ ବିବାହ ରେଜିଷ୍ଟ୍ରେଶନରେ ୩ଶହ ପ୍ରତିଶତ ବୃଦ୍ଧି ଘଟିଥିଲା। ଫଳରେ କେତେଗୁଡିଏ ୱେବସାଇଟ୍‌ କାମ କରିବା ବନ୍ଦ କରିଦେଇଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସ କାରଣରୁ ଫେବୃୟାରୀ ଓ ମାର୍ଚ୍ଚରେ ବିବାହ ରେଜିଷ୍ଟ୍ରେଶନ ବନ୍ଦ କରି ଦିଆଯାଇଥିଲା। ହେଲେ ଏହା ଖୋଲିବା ପରେ ଲୋକଙ୍କ ରେଜିଷ୍ଟ୍ରେଶନ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଏବେ ଅନେକ ଯୋଡା ପ୍ରି ୱେଡିଂ ଫଟୋ ଶୁଟରେ ମଧ୍ୟ ବ୍ୟସ୍ତ ରହୁଥିବା କୁହାଯାଉଛି। ହେଲେ ଏମାନେ ଭିନ୍ନ ଭିନ୍ନ ଲୋକେଶନରେ ସତର୍କତା ଅବଲମ୍ବନ କରି ଫଟୋ ଶୁଟ୍‌ କରୁଥିବା ସୂଚନା ରହିଛି।

Leave a Reply