ମଧ୍ୟପ୍ରଦେଶ ରିଲାଏନ୍ସ ପାୱାର ପ୍ଲାଣ୍ଟରୁ ଆଶ୍ ଲିକ୍: ୨ ମୃତ, ୪ ନିଖୋଜ

ଭୋପାଳ: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଇତି ମଧ୍ୟରେ ମଧ୍ୟପ୍ରଦେଶରେ ରିଲାଏନ୍ସ୍‌ର ଆସ୍‌ ଡ୍ୟାମ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଆସ୍ ଡ୍ୟାମଟି ଭାଙ୍ଗି ଯାଇଥିବାରୁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।

ସିଙ୍ଗାଉଲିଠାରେ ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କ ଖୋଜ ଖବର ପାଇଁ ତନାଘନା ଜାରି ରହିଛି । ଆସ୍‌ ଡ୍ୟାମ୍‌ର ପାଣି ବହୁ ଚାଷ ଜମିରେ ମାଡ଼ି ଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପାଉଁଶ ପାଣି ଘେରରେ ବନ୍ଦୀ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ଦୁର୍ଘଟଣାସ୍ଥଳରେ ପୋଲିସ ସମେତ ସରକାରୀ ଅଧିକାରୀମାନେ ପହଞ୍ଚିଛନ୍ତି । ରିଲାଏନ୍ସ୍‌ କମ୍ପାନୀର ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply