ମହାତ୍ମା ଗାନ୍ଧିଙ୍କଠାରୁ କମ୍ ନଥିଲେ କସ୍ତୁରବା: ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ମହାତ୍ମା ଗାନ୍ଧୀଙ୍କର ପ୍ରେରଣାର ଉତ୍ସ ଥିବା ଏହି ମହିଳାଙ୍କ କଥା

ଭୁବନେଶ୍ୱର: ଭାରତର ଜଣେ ଆଦର୍ଶ ମହିୟସୀ ମହିଳା ହେଉଛନ୍ତି କସ୍ତୁରବା ଗାନ୍ଧୀ । ପିତାମାତାଙ୍କ ନାମ ଗୋକୁଳ ଦାସ କାପାଡ଼ିଆ ଏବଂ ବ୍ରଜକୁନୱରବା କାପାଡ଼ିଆ । ୧୧ ଏପ୍ରିଲ ୧୮୬୯ରେ ତାଙ୍କର ଜନ୍ମ ହୁଏ ଗୁଜୁରାଟର ପୋରବନ୍ଦରରେ । ୧୮୮୩ ମସିହାରେ କସ୍ତୁରବା ୧୩ ବର୍ଷର ବାଳକ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ହିନ୍ଦୁରୀତି ଅନୁଯାୟୀ ବିବାହ କରିଥିଲେ ।

ମହାତ୍ମାଗାନ୍ଧୀ ସ୍ୱାଧିନତା ଆନ୍ଦୋଳନର ନେତୃତ୍ୱ ନେଉଥିବା ବେଳେ କସ୍ତୁରବା ଗାନ୍ଧୀ ତାଙ୍କ ପାଖେ ପାଖେ ରହୁଥିଲେ । ୧୯୧୭ରେ ବିହାରରେ ଗାନ୍ଧିଜୀ ଚମ୍ପାରଣ ଗସ୍ତ କରି କୃଷକମାନଙ୍କ ପାଇଁ ଜନସେବା କାର୍ଯ୍ୟ କରୁଥିବାବେଳେ । କସ୍ତୁରବା ସେହି ଅଞ୍ଚଳର ମହିଳାମାନଙ୍କ ଜନକଲ୍ୟାଣରେ ନିଜକୁ ଉତ୍ସର୍ଖ କରିଥିଲେ । ନିଜର ଅସୁସ୍ଥତା ସତ୍ତ୍ଵେ ମଧ୍ୟ ସେ ୧୯୨୨ରେ ଅସହଯାଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।

୧୯୩୯ ଓ ୧୯୪୨ମସିହାରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ସେ ଇଂରେଜମାନଙ୍କ ଦ୍ଵାରା ଗିରଫ ହୋଇଥିଲେ । ନିଜ ଜୀବନକାଳ ଭିତରେ ପରିବାରକୁ ପଛ କରି ସେ ଆଗେଇଆସିଥିଲେ ଦେଶସେବା କରିବାକୁ । କୁହାଯାଏ ଶତାବ୍ଦୀପୁରୁଷ ମହାତ୍ମାଗାନ୍ଧୀଙ୍କର ସେ ଥିଲେ ପ୍ରେରଣାର ଉତ୍ସ । ସମଗ୍ର ଭାରତୀୟ ମହିଳା ସମାଜ ପାଇଁ ନିଜ ତ୍ୟାଗ ଓ ସେବା କ୍ଷେତ୍ରରେ ସେ ତିଆରି କରିଛନ୍ତି ଅନନ୍ୟ ଉଦାହରଣ ।

Leave a Reply