ସୋସିଆଲ ମିଡିଆରେ କାହିଁକି ଭାଇରାଲ ହେଲା ବଚ୍ଚନଙ୍କ ନୂଆ ଭିଡିଓ ?

1 min read

ମୁମ୍ବାଇ: ଲକଡାଉନ୍ ପାଇଁ ଲୋକେ ଘରୁ ବାହାରିପାରୁନାହାନ୍ତି । ଏଭଳି ପରିସ୍ଥିତିରେ, ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସୁପରଷ୍ଟାର ପର୍ଯ୍ୟନ୍ତ, ସମସ୍ତେ ଘରେ ରହି ସମୟ ବିତାଉଛନ୍ତି । ସେଲିବ୍ରିଟିମାନେ ଦୀର୍ଘ ଦିନ ଧରି ଅଟକିଥିବା ଘରୋଇ କାର୍ଯ୍ୟ କରିବାରେ ବ୍ୟସ୍ଥ ଅଛନ୍ତି । ତେବେ ବଲିଉଡର ବିଗ ବି ତଥା ଲିଜେଣ୍ଡ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଅଧିକ ସମୟ କାଟୁଛନ୍ତି । ନିକଟରେ ସେ ଅନ୍ୟ କିଛି  କଳାକାରମାନେ ମିଶି  ଘରୁ ଏକ ସର୍ଟ ଫିଲ୍ମ ତିଆରି କରିଥିଲେ । ଏବେ ସେ ତାଙ୍କ ପିତା ଡକ୍ଟର ହରିବଂଶ ରାୟ ବଚ୍ଚନଙ୍କ ଏକ କବିତା ବିଷୟରେ କହିଛନ୍ତି। ଏହି କବିତା ବିଷୟରେ କହୁ କହୁ ଅମିତାଭ ବଚ୍ଚନଙ୍କ ଆଖିରୁ ଲୁହ ଝରିଥିଲା । ଦର୍ଶକ ଅମିତାଭ ବଚ୍ଚନଙ୍କ ସ୍ୱରରେ ସେହି କବିତା ଦେଖିପାରିବେ ଏବଂ ଶୁଣିପାରିବେ ।

ଅମିତାଭ ବଚ୍ଚନ ସୋସିଆଲ ମିଡିଆକୁ ନେଇ ଖୁବ ସିରିଅସ୍ । ନିଜର ପ୍ରତ୍ୟେକ ଟୁଇଟ୍ ପୂର୍ବରୁ ସେ ଏହାର ନମ୍ବରିଂ କରନ୍ତି । ନିୟମିତ ଭାବେ ସେ ଟମ୍ବଲରରେ ବ୍ଲଗ୍ ଲେଖନ୍ତି । ତେବେ ସେ ଏକ ବ୍ଲଗରେ କହିଛନ୍ତି ଯେ ଘରେ ରହିବା ସତ୍ତ୍ୱେ ୭୨ ଥର ଚେଷ୍ଟା କରିବା ପରେ ଏହି କବିତା ଫାଇନାଲ ହୋଇଛି। ବଚ୍ଚନ କହିଛନ୍ତି ଯେ, “ଅନ୍ଧେରୀ ରାତ ପର ଦିୟା ଜଲାନା କବ ମନା ହେ” । ଏହି କବିତା ଶୁଣିବା ପରେ ସେ ଭାବୁକ ହୋଇଥିଲେ । ତାଙ୍କୁ ନିଜର ପିଲାଦିନର କଥାଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ, ସାନବେଳେ ତାଙ୍କ ପିତା ତାଙ୍କୁ କବି ସମାବେଶକୁ ନେଇ ଯାଉଥିଲେ, ଯେଉଁଠାରେ ଶହ ଶହ ଲୋକ ପିତାଙ୍କ କବିତା ଶୁଣିବାକୁ ଆସୁଥିଲେ । ସେହି ଦିନଗୁଡିକୁ ମନେ ପକାଇ ଅମିତାଭ ଏହି କବିତା ପଢିଛନ୍ତି ।

ପ୍ରଥମେ ସେ ଏହି କବିତାକୁ ଲାଇଭ ଫରମାଟରେ ପଢିବାକୁ ଚାହୁଁଥିଲେ । ହେଲେ ସେ ଏହାକୁ ଉପଭୋଗ କରିପାରିଲେ ନାହିଁ । ଏହି କବିତା ପାଠକୁ ପରଫେକ୍ଟ କରିବା ପାଇଁ ସେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ରେକର୍ଡିଂ କଳାକାରଙ୍କ ସହ ଲଗାତାର କନଫରେନ୍ସ କଲ୍ ରେ କଥା ହୋଇଥିଲେ । ବଚ୍ଚନ ସାହାବ ନିଜ ଘରେ ଜଲସାରେ ବସି ତାଙ୍କ ଆଇଫୋନରେ ଏହି କବିତା ରେକର୍ଡ କରିଥିଲେ। ଏହା ପରେ ସେ ଏହି ରେକର୍ଡିଂକୁ ମ୍ୟୁଜିସିୟାନ ରୋହନ ଏବଂ ବିନାୟକଙ୍କୁ ପଠାଇଥିଲେ । ସେମାନେ ନିଜ ଘରେ ରହି ବିନା ଷ୍ଟୁଡିଓ ସେଟ୍ ଅପ୍ ରେ ଏହାର ସଂଗୀତ ସୃଷ୍ଟି କରିଥିଲେ।

ଏହି ଭିଡିଓକୁ ଅଭିଷେକ ବଚ୍ଚନ ସୁଟ୍ କରିଛନ୍ତି। ଅଡିଓ ଏବଂ ଭିଡିଓରେ, ବାଚ୍ଚନଙ୍କ ଏକ୍ସପ୍ରେସନକୁ ମ୍ୟାଚ କରିବା ପାଇଁ ସବୁ ସାମଗ୍ରୀ ପୁଣି ରୋହନ-ବିନାୟକଙ୍କୁ ପଠାଗଲା । ସବୁକିଛି ସରିବା ପରେ, ଏହାକୁ ମାଲାଡରେ ରହୁଥିବା ଏକ ରେକର୍ଡିଷ୍ଟଙ୍କୁ ପଠାଯାଇଥିଲା, ଯିଏ  ଏହାକୁ ମିକ୍ସ କରିଥିଲେ। ସମସ୍ତ ଚେଷ୍ଟା ପରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଜୟା ବଚ୍ଚନ ସଂସଦ ଯିବାକୁ ଦିଲ୍ଲୀ ଯାଇଥିଲେ ଓ ସେଠାରେ ସେ ଏବେ ଫସି ରହିଛନ୍ତି । ସେଥିପାଇଁ ଏହି ଭିଡିଓକୁ ଶ୍ୱେତା ଏବଂ ନବ୍ୟାଙ୍କୁ ଦେଖାଯାଇଥିଲା। ଶ୍ୱେତା ଓ ନବ୍ୟା ଏହାକୁ ଅପଲୋଡ୍ କରିବାକୁ ଅନୁମତି ଦେଇଥିଲେ । ତା’ପରେ  ଏହି ଭିଡିଓ ଦର୍ଶକଙ୍କ ପାଖରେ ପହଞ୍ଚିଛି ।

 

 

 

 

Leave a Reply