spot_img

Latest Posts

ରାମାୟଣ ପରେ ‘ରାମ’ଙ୍କୁ ମିଳିନଥିଲା କାମ, ସାଗରଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ ଅଦାଲତକୁ ଦୌଡିବାକୁ ପଡିଥିଲା

ମୁମ୍ବାଇ: ଲକଡାଉନ୍ ସମୟରେ କୌଣସି ଶୋ କିମ୍ବା ଫିଲ୍ମର ସୁଟିଂ କରାଯାଉନାହିଁ । ଏଥିପାଇଁ ଦୂରଦର୍ଶନର ହିଟ୍ ସିରିଏଲ ଗୁଡ଼ିକୁ ଏହି ଚ୍ୟାନେଲରେ ପୁନର୍ବାର ପ୍ରସାରଣ କରାଯାଉଛି । ୩୩ବର୍ଷ ପରେ ମଧ୍ୟ, ରାମାନନ୍ଦ ସାଗରଙ୍କ ରାମାୟଣକୁ ନେଇ ଲୋକଙ୍କର ବହୁତ ଉତ୍ସାହ ରହିଛି । ଏହି ଟିଭି ଶୋ’ଟି ସେହି ସମୟରେ ଅନେକ ରେକର୍ଡ ସୃଷ୍ଟି କରିଛି । ତେବେ ଆପଣ ଜାଣନ୍ତି କି ଏହି ଶୋ’ର ଆରମ୍ଭ ବହୁ କଷ୍ଟସାଧ୍ୟ ଥିଲା । ଶୋ’ର ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କଠାରୁ ଆରମ୍ଭ କରି ଶୋ’ର ବିଭିନ୍ନ କଳାକାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆସନ୍ତୁ ଜାଣିବା କଣ ଥିଲା ସେ କାହାଣୀ କଣ ପାଇଁ ଏମିତି ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥିଲା ।

ରାମାୟଣରେ କଳାକାରଙ୍କ ବେଶପୋଷାକ ଉପରେ ଆକ୍ଷେପ

ରାମାନନ୍ଦ ସାଗର ରାମାୟଣର ପ୍ରସାରଣ ଆରମ୍ଭ କରିବା ପାଇଁ ଲାଗିଥିଲା ପ୍ରାୟ ଦୁଇ ବର୍ଷ ସମୟ । ଏଥିପାଇଁ ସେ ଦୂରଦର୍ଶନ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ ଅନେକ ଥର ଯାଇଛନ୍ତି । ସେ ଏହି ସିରିଏଲ ତିଆରି କରିବାକୁ ୧୯୮୫ରେ ଅନୁମତି ପାଇଲେ କିନ୍ତୁ ଏହା ପ୍ରସାରଣ ହେଉ ହେଉ ୨୫ ଜାନୁଆରୀ ୧୯୮୭ ହୋଇଗଲା । କାରଣ ଏହାର ପ୍ରାରମ୍ଭିକ ତିନୋଟି ଏପିସୋଡକୁ ମନ୍ତ୍ରଣାଳୟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ପୂର୍ବରୁ ଏପରି ସିରିଏଲ ପ୍ରସାରଣ କରାଯାଇ ନଥିଲା, ସେଥିପାଇଁ ସମସ୍ତ ବରିଷ୍ଠ ଅଧିକାରୀମାନେ ବହୁ ସଚେତନ ଥିଲେ । ରାମାୟଣର ମୁଖ୍ୟ ଚରିତ୍ର ଦେବୀ ସୀତାଙ୍କ ବସ୍ତ୍ରକୁ ନେଇ କିଛି ଅଧିକାରୀ ଆପତି କରିଥିଲେ । ଦୀପିକାଙ୍କ ପୋଷାକ ସେମାନଙ୍କୁ ନାପସନ୍ଦ ହୋଇଥିଲା ।

ରାମାୟଣ ତିଆରି କରିବାକୁ କେତେ ପରିଶ୍ରମ କରିବାକୁ ପଡ଼ୁଥିଲା ?

ବର୍ତ୍ତମାନ କୌଣସି ସିରିଏଲ୍  ତିଆରି ହେବାବେଳେ , ଏହାର ନିର୍ମାଣକାରୀ କଂପାନୀ ସହିତ ପ୍ରସାରିତ ହେବାକୁ ଥିବା ଟିଭି ଚ୍ୟାନେଲର କ୍ରିଏଟିଭ୍ ଟିମ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଡିତ ଥାନ୍ତି ।   କ୍ରିଏଟିଭ୍ ଟିମ୍ ସ୍କ୍ରିପ୍ଟ ଠାରୁ ଆରମ୍ଭ କରି ସୁଟିଂ ଏବଂ ଏଡିଟିଂ ସହିତ ଜଡିତ ରହିଥାଏ ।  କିନ୍ତୁ ରାମାୟଣ ତିଆରି ହେବା ବେଳେ ସେମିତି ହେଉନଥିଲା । ସେତେବଳେ  ନିର୍ମାତା ସୁଟିଂ ପରେ ସମସ୍ତ ଏପିସୋଡ୍ ଚ୍ୟାନେଲକୁ ପଠାଉଥିଲେ ଏବଂ ଚ୍ୟାନେଲ ଏହାକୁ ଭଲରେ ଦେଖୁଥିଲା ଯଦି କୌଣସି ଆପତ୍ତି ଥାଏ ତେବେ ଚ୍ୟାନେଲ ପୁଣି ସେହି ଅଂଶର ଶୁଟିଂ କରିବାକୁ କହୁଥିଲା । ରାମାୟଣ ସହିତ ମଧ୍ୟ ସମାନ ଘଟଣା ହୋଇଥିଲା । ରମାନନ୍ଦ ସାଗର ପଠାାଉଥିବା ଏପିସୋଡ ଭିତରୁ କିଛି  ଦୁରଦର୍ଶନକୁ ପସନ୍ଦ ଆସିନଥିଲା ତେଣୁ ତାର ରିସୁଟିଂ ହୋଇଥିଲା । । ସେତେବେଳେ ଇଣ୍ଟରନେଟ୍ ସେବା ସେଠାରେ ନଥିବାରୁ, କେବଳ ଟେପ୍ ବା କ୍ୟାସେଟର ବ୍ୟବହାର କରାଯାଉଥିଲା । ଏଭଳି ପରିସ୍ଥିତିରେ, ଅନେକ ଥର, ରାମାୟଣର କ୍ୟାସେଟ୍ ଶୋ ଆରମ୍ଭ ହେବା ଠିକ୍ ପୂର୍ବରୁ ଦୂରଦର୍ଶନରେ ପହଞ୍ଚିପାରୁଥିଲା ।

ଲାବ-କୁଶଙ୍କ ପାଇଁ  ଆଇନଗତ ଯୁଦ୍ଧ 

ଏହା ହେଉଛି ସେବେକା କଥା , ଯେତେବେଳେ ଦୂରଦର୍ଶନ ତାର ପ୍ରତ୍ୟେକ ସିରିଏଲକୁ ୧୩ଟି ଏପିସୋଡ୍ ପ୍ରସାରଣ ପାଇଁ ଅନୁମତି ଦେଉଥିଲେ ଏବଂ ଟିଆରପି ବୃଦ୍ଧି ପରେ ମଧ୍ୟ ସିରିଏଲର ଏପିସୋଡ଼କୁ ବଢାଯାଇ ନଥିଲା । ତେଣୁ ରାମାୟଣ ୭୮ଟି ଏପିସୋଡକୁ ଗ୍ରହଣ କରାଯାଇଥିଲା । ଏବଂ, ଯେତେବେଳେ ଏହା ହିଟ୍ ହେଲା, ଦର୍ଶକମାନେ ଲବ କୁଶଙ୍କ କାହାଣୀ ଦେଖାଇବାକୁ ଦାବି କରିବାକୁ ଲାଗିଲେ । ରମାନନ୍ଦ ସାଗର ଏଥିପାଇଁ ପ୍ରସ୍ତୁତ ନଥିଲେ । କାରଣ ତାଙ୍କ କହିବାନୁସାରେ, ଯଦି ସେ ଲବ କୁଶଙ୍କ କାହାଣୀ ତିଆରି କରନ୍ତି, ତେବେ ଏହା ଏକ କାଳ୍ପନିକ କାହାଣୀ ହେବ। ଏବଂ ଏହା ହିଁ ହେଲା, ପ୍ରସାରଣ ପରେ ଶୋ ସହିତ ଜଡିତ ଅନେକ ବିବାଦ ସାମ୍ନାକୁ ଆସିଲା । ଯେଉଁଥି ପାଇଁ ରମାନନ୍ଦ ସାଗରଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଏକ ମାମଲା ଲଢିବାକୁ ପଡିଲା।

କଳାକାରଙ୍କ ଉପରେ କଣ ପ୍ରଭାବ ପଡ଼ିଥିଲା ?

ରାମାୟଣରେ ରାମଙ୍କ ଭୂମିକା ହେତୁ ଅରୁଣ ଗୋଭିଲ ଦେଶରେ ଅନେକ ଖ୍ୟାତି ଓ ସମ୍ମାନ ପାଇଥିଲେ, କିନ୍ତୁ ଏହି ଚରିତ୍ରଟି ଲୋକଙ୍କ ମନରେ ଏତେ ମାତ୍ରାରେ ବସିଥିଲା ​​ଯେ ଲୋକମାନେ କେବଳ ଅରୁଣ ଗୋବିଲରେ ଶ୍ରୀ ରାମଙ୍କ ଅବତାର ଭାବେ  ଦେଖିବା ଆରମ୍ଭ କରିଥିଲେ। ଅରୁଣ ଗୋଭିଲ କୁହନ୍ତି, “ମୁଁ ରାମାୟଣ ପରେ ସିନେମାକୁ ଫେରିବାକୁ ଚାହୁଁଥିଲି, କିନ୍ତୁ ରାମଙ୍କ ପରି ମୋର ଭାବମୂର୍ତ୍ତି ଏପରି ହୋଇଗଲା ଯେ ନିର୍ମାତାମାନେ ମୋତେ ଅନ୍ୟ କୌଣସି କାମ ଦେଉନଥିଲେ। ସେ ଅନୁଭବ କଲେ ଯେ ମୁଁ ଆଉ ବ୍ୟବସାୟିକ ଚଳଚ୍ଚିତ୍ର ପାଇଁ ଉପଯୁକ୍ତ ନୁହେଁ । ଏହା ମୋ କ୍ୟାରିୟରର ଉପରେ ଖରାପ ପ୍ରଭାବ ପକାଇଲା । ଏହାପରେ ବି ମୁଁ କିଛି ଟିଭି ଶୋ କରିଥିଲି କିନ୍ତୁ ଯେତେବେଳେ ବି ମୁଁ କିଛି ନୂଆ କରିଥିଲି, ଲୋକମାନେ ମୋତେ ଅସ୍ୱୀକାର କରି କହୁଥିଲେ ‘ରାମଜୀ ଆପ୍ କ୍ୟା କର ରହେ ହେଁ’ ।”

Latest Posts

Don't Miss