spot_img

Latest Posts

କରୋନା ଟୀକା ତିଆରିକୁ ନେଇ ଆଶାବାଦୀ ଭାରତୀୟ କଂପାନି,ଆସନ୍ତା ୪ରୁ ୬ ମାସ ଭିତରେ ମିଳିପାରେ ସଫଳତା

ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି ।  କରୋନା ଭାଇରସ ବିରୋଧରେ କୌଣସି ଟୀକା କିମ୍ବା ଔଷଧ ନଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କର ମାତ୍ରା ଅଧିକ  । ତେବେ ଏହି ଟୀକା ପ୍ରସ୍ତୁତ କରିବା ପାଇଁ ସମଗ୍ର ବିଶ୍ୱ ଏବେ ଲାଗିପଡ଼ିଛି। ଏହାରି ଭିତରେ ଦେଶରେ ପଶୁମାନଙ୍କ ଉପରେ କରୋନା ଭାଇରସ୍ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି । ଯାହାର ଫଳାଫଳ ଆସିବାକୁ  ୪ ରୁ ୬ ମାସ ଲାଗିବ । ଗୁଜୁରାଟର ଜାଇଡସ କାଡିଲା କମ୍ପାନୀ ଏହି ଟିକା ପ୍ରସ୍ତୁତ କରୁଛି। ଉକ୍ତ କମ୍ପାନୀ ୨୦୧୦ ରେ ଦେଶରେ ସ୍ୱାଇନ୍ ଫ୍ଲୁ ପାଇଁ ପ୍ରଥମ ଟିକାଟୀକା ପ୍ରସ୍ତୁତ କରିଥିଲା।

କମ୍ପାନୀ ଅନୁସାରେ  କରୋନା ଭାଇରସ ପାଇଁ ଏହା ଏକ ଟୀକା ପ୍ରସ୍ତୁତ କରୁଛି, ଯାହାର ପଶୁଙ୍କ ଉପରେ ପରିକ୍ଷଣ ଚାଲିଛି ।  କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସାର୍ଭିଲ ପଟେଲ ନିଶ୍ଚିତ କରିଛନ୍ତି ଯେ ଆମେ କରୋନା ଟିକା ଉପରେ କାମ କରୁଛୁ। ଟୀକା ପରୀକ୍ଷା ଏକ ସମୟ ସାପେକ୍ଷ ପ୍ରକ୍ରିୟା । ଆମେ ଏଥିରେ ସଫଳ ହେବୁ ବୋଲି ଆଶା କରୁ |

ମ୍ୟାଲେରିଆର ଚିକିତ୍ସାରେ ପ୍ରଭାବଶାଳୀ ବିବେଚିତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଇପ୍କା ଲାବୋରେଟୋରୀ ଏବଂ ଜାଇଡସ କ୍ୟାଡିଲା ଦ୍ଵାରା ଭାରତରେ ସର୍ବାଧିକ ଉତ୍ପାଦନ ହୋଇଥାଏ ।  ଫାର୍ମା ସେକ୍ଟର ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଦୁଇଟି କମ୍ପାନୀ ଭାରତରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଉତ୍ପାଦନର ୮୦% ରୁ ଅଧିକ କରିଥାନ୍ତି ।  ଜାଇଡସ  ପ୍ରତି ମାସରେ ୨୦ ଟନ୍ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ତିଆରି କରିପାରୁଛି। ସରକାର ମଙ୍ଗଳବାର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସମେତ ୨୮ ଟି ଔଷଧ ରପ୍ତାନି ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହି ନିଷେଧାଦେଶ ହଟାଇବା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ଯାହା ଦ୍ୱାରା ଆମେରିକା ପର୍ଯ୍ୟାପ୍ତ ପରିମାଣର ଔଷଧ ପାଇପାରିବ।

ଚାଇନାରେ କରୋନା ଭାଇରସ୍ କାରଣରୁ ଭାରତୀୟ ଫାର୍ମାସ୍ୟୁଟିକାଲ୍ସ ଇଣ୍ଡଷ୍ଟ୍ରି ଚିନ୍ତାରେ ପଡିଛି। କାରଣ- କଞ୍ଚାମାଲ ପାଇଁ ଅନେକ କମ୍ପାନୀ ଚୀନ୍ ଉପରେ ବହୁ ପରିମାଣରେ ନିର୍ଭର କରନ୍ତି । ତେବେ ଜାଇଡସ୍ ପରିଚାଳନା ନିର୍ଦ୍ଦେଶକ ସାର୍ଭିଲ ପଟେଲ କହିଛନ୍ତି ଯେ ଆମେ ଚୀନ୍ ଉପରେ ଅଧିକ ନିର୍ଭର କରୁନାହୁଁ। କରୋନା ଯୋଗୁଁ ଆମ ପାଇଁ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ।

ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଉତ୍ପାଦନ ଏବଂ ଯୋଗାଣ ନିଶ୍ଚିତ କରିବାକୁ ସରକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକୁ କହିଛନ୍ତି।ଜାଇଡସ ଏବଂ ଇପ୍କା ଲାବୋରେଟୋରୀ ପରି କମ୍ପାନୀଗୁଡିକରୁ ୧୦ କୋଟି ଟ୍ୟାବଲେଟ୍ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଉତ୍ପାଦନ ପାଇଁ ସରକାରଙ୍କ ନିକଟରେ ନିର୍ଦ୍ଦେଶ ଦିଆଯାଇଛି। ଏହି ଟାବଲେଟ୍ ୫୦ ରୁ ୬୦ ଲକ୍ଷ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ।

Latest Posts

Don't Miss