spot_img

Latest Posts

ଅଳିଆ ଆଣିବାକୁ ଯାଇଥିଲେ, ଟଙ୍କା ମାଳ ପିନ୍ଧାଇ ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇଲେ

ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢ଼ିବାପାଇଁ ସଂଘର୍ଷ କରୁଛି । କରୋନା ମଣିଷ ଠାରୁ ମଣିଷକୁ ବ୍ୟାପିଥାଏ। ସେଥିପାଇଁ ଏହି ଭାଇରସ କୁ ରୋକିବାପାଇଁ ଦେଶରେ ୨୧ ଦିନିଆ ଲକଡାଉନ କରାଯାଇଛି। କିନ୍ତୁ ଏସବୁ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ସେଥିମଧ୍ୟରୁ ଜଣେ ହେଉଛି ସଫେଇ କର୍ମଚାରୀ। ଯାହା ଉପରେ ଦେଶକୁ ସଫା କରିବାର ଦାୟିତ୍ବ ରହିଛି। ତେବେ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ଦେଖି ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ନୋଟ୍  ମାଳ ଦେଇ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାରେ ଯେତେବେଳେ ସଫେଇ କର୍ମଚାରୀ ସ୍ଥାନୀୟ ଅଂଚଳକୁ ଅଳିଆ ସଂଗ୍ରହ କରିବାକୁ ଯାଇଥିଲେ, ସେଠାରେ ରହୁଥିବା ବାସିନ୍ଦା ତାଙ୍କୁ ସମ୍ମାନିତ କରିଥିଲେ। ସ୍ଥାନୀୟ ବାସିନ୍ଦା କର୍ମଚାରୀଙ୍କୁ ନୋଟର ମାଳା ପିନ୍ଧାଇଥିଲେ ଏବଂ କିଛି ରାସନ ମଧ୍ୟ ଦେଇଥିଲେ । ଏହି ସମୟରେ ଘରର ବାଲକୋନିରୁ ଅନ୍ୟ ଲୋକମାନେ କରତାଳି ଦେଇଥିବାର ନଜର ଆସିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ୨୦୦ ରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

Latest Posts

Don't Miss