ମୁସଲମାନମାନଙ୍କ ଶବକୁ କବର ଦେବା ବଦଳରେ ଜଳା ଯାଉଛି ଏଠାରେ

ଶ୍ରୀଲଙ୍କା: କରୋନାର କରାଳ ରୂପ । କରୋନା ଭାଇରସ ସଂକ୍ରମିତ ଦୁଇ ମୁସଲମାନଙ୍କ ମୃତଦେହକୁ ଦାହ କରିବା ପରେ ଏବେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ଏହି ଭୟଙ୍କର ମହାମାରୀ ହେତୁ ଏଠାରେ ବରିଷ୍ଠ ଅଧିକାରୀମାନେ ଇସଲାମରେ ନିର୍ଦ୍ଦିଷ୍ଟ ସମାଧି ରୀତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

कोरोना वायरस: श्रीलंका में दफनाए नहीं जलाए जा रहे मुस्लिमों के शव, विवाद

କଲମ୍ବୋରେ ଥିବା 73 ବର୍ଷିୟ ବିଶ୍ରୁଫ୍ ହାଫି ମହମ୍ମଦ କରୋନା ଭାଇରସରେ ପ୍ରାଣ ହରାଇଥିବା ଦ୍ୱିତୀୟ ବ୍ୟକ୍ତି ଯାହାଙ୍କର ଶବଦାହ କରାଯାଇଥିଲା କିନ୍ତୁ ଇସଲାମୀୟ ପ୍ରଣାଳୀରେ ଶବକୁ ନ ପୋତି ଦାହ କରାଯାଇ ଥିଲା । ସୂଚନା ଅନୁଯାୟୀ ମୃତଙ୍କ 46 ବର୍ଷିୟ ପୁଅ ଫୟାଜ ଜୁନୁସ କହିଛନ୍ତି ଯେ, ତାଙ୍କ ପିତା କିଡନୀ ରୋଗରେ ପୀଡିତ ଥିଲେ। ଦୁଇ ସପ୍ତାହ ପୂର୍ବରୁ କରୋନା ପଜିଟିଭ୍ ମିଳିବା ପରେ ସେ ଏପ୍ରିଲ୍ 1 ରେ ମୃତ୍ୟୁ ବରଣ କରିଥିଲେ।

कोरोना वायरस: श्रीलंका में दफनाए नहीं जलाए जा रहे मुस्लिमों के शव, विवाद

ଫୟାଜ କହିଛନ୍ତି, ‘ମୋ ବାପାଙ୍କ ମୃତଦେହ ପୋଲିସ ଫୋର୍ସଙ୍କ ତତ୍ତ୍ୱାବଧାନରେ ଏକ ଗାଡିରେ ନିଆଯାଇଥିଲା ଏବଂ ତାଙ୍କୁ ଦାହ କରାଯାଇଥିଲା। ଏହାସହ ବାପାଙ୍କ ଆତ୍ମାର ଶାନ୍ତି ପାଇଁ ଆମେ ପ୍ରାର୍ଥନା କରିଥିଲୁ, କିନ୍ତୁ ସାଧଆରଣ ଭାବେ ମୁସଲମାନଙ୍କ ଶବଦାହ ଏଭଳି ହୋଇନଥାଏ  ।’

कोरोना वायरस: श्रीलंका में दफनाए नहीं जलाए जा रहे मुस्लिमों के शव, विवाद

ଏହାସହ ଫାୟାଜ କହିଛନ୍ତି ଯେ ଶ୍ରୀଲଙ୍କା ସରକାର ମୁସଲମାନମାନଙ୍କୁ ଇସଲାମିକ୍ ସମାଧି ରୀତିନୀତିରେ ନିଜ ପ୍ରିୟଜନଙ୍କୁ କବର ଦେବା ପାଇଁ ବ୍ୟବସ୍ଥା କରିବା ଉଚିତ୍।

ସେ କହିଛନ୍ତି, “ଯଦି ସମାଧି ବ୍ୟତୀତ ଅନ୍ୟ ଏକ ବିକଳ୍ପ ଅଛି, ତେବେ ସରକାର ସଂଶୋଧନ କରିବା ଉଚିତ୍ । ଶବଦାହ ଏକମାତ୍ର ବିକଳ୍ପ ନୁହେଁ । ଆମେ ଆମର ପ୍ରିୟ ଲୋକଙ୍କୁ ଇସଲାମିକ ଉପାୟରେ ଶବଦାହ କରିବାକୁ ଚାହୁଁଛୁ ।

कोरोना वायरस: श्रीलंका में दफनाए नहीं जलाए जा रहे मुस्लिमों के शव, विवाद

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭୁତାଣୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଶେଷକୃତ୍ୟ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏଥିରେ କୁହାଯାଇଥିଲା ଯେ କରୋନା ଭୁତାଣୁରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ମୃତଦେହକୁ ପୋଡି ଦିଆଯିବ । ଏବଂ ଶବକୁ ଦାହ କରିବା ପୂର୍ବରୁ ଗାଧୋଇଦେବା ଏବଂ କଫିନ୍‌ରେ ରଖିବା ଉପରେ ମଧ୍ୟ ନିଷେଧାଦେଶ ରହିଥିଲା।

कोरोना वायरस: श्रीलंका में दफनाए नहीं जलाए जा रहे मुस्लिमों के शव, विवाद

ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ମୁସଲମାନ ସାମାଜିକ କର୍ମୀ ଏବଂ ନେତା ବିରୋଧ କରୁଛନ୍ତି। ସେ WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) କୁ ଉଦ୍ଧୃତ କରି କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମୃତଦେହ ପୋଡି ଦିଆଯାଇ ପାରିବ କିମ୍ବା ପୋତି ଦିଆଯାଇପାରେ।

ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ ମୋଟ 159 ଲୋକ କରୋନା ସଂକ୍ରମାଣର ଶିକାର ହୋଇଛନ୍ତି । ଏହି ଲୋକଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ଦୁଇଜଣ ମୁସଲମାନ ସମ୍ପ୍ରଦାୟର ଥିଲେ ।

Leave a Reply