spot_img

Latest Posts

୩୮ ବର୍ଷରେ ପାଦ ଦେଲେ ବିରାଟ, ଜନ୍ମଦିନ ପାଇଁ ଫ୍ୟାନ୍ସଙ୍କୁ କିଙ୍ଗ କୋହଲିଙ୍କ ଗିଫ୍ଟ

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ପଡ଼ିଆର ‘ରନ୍ ମେସିନ୍’, କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ହୃଦୟର ସ୍ପନ୍ଦନ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଆଜି ଜନ୍ମଦିନ । ଆଜି ହେଉଛି ନଭେମ୍ବର ୫, ସେହି ମହାନ ଖେଳାଳିଙ୍କ ଜନ୍ମଦିନ, ଯିଏ ବିଶ୍ୱ କ୍ରିକେଟରେ ନିଜ ନାଁ ଭଳି କାମ ମଧ୍ୟ ‘ବିରାଟ’ କରି ଦେଖାଇଛନ୍ତି।

୨୦୦୮ ମସିହାରେ ଅଣ୍ଡର-୧୯ ବିଶ୍ୱକପ୍ ଜିତି ଭାରତୀୟ କ୍ରିକେଟରେ ନିଜର ଜୟଯାତ୍ରା ଆରମ୍ଭ କରିଥିବା ଦିଲ୍ଲୀର ପୁଅ ଆଜି ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ଆଇକନ୍ ପାଲଟିଛନ୍ତି । ଗତକାଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୭୪ ରନର ଦମଦାର ଇନିଂସ ଖେଳି ନିଜ ପ୍ରଶଂସକଙ୍କୁ ଜନ୍ମଦିନର ଆଗୁଆ ଉପହାର ମଧ୍ୟ ଦେଇଛନ୍ତି ବିରାଟ । କ୍ରିକେଟ୍ ପଡ଼ିଆରେ ନିଜର ଆଗ୍ରେସନ ଓ ଚମତ୍କାର ଫିଟନେସ ପାଇଁ ଜଣାଶୁଣା ବିରାଟ କୋହଲି ଆଜି ୩୮ ବର୍ଷରେ ପାଦ ଦେଇଛନ୍ତି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ ସବୁଠି କେବଳ ଗୋଟିଏ ନାମ ଗୁଞ୍ଜରିତ ହେଉଛି— ‘ହାପି ବର୍ଥଡେ କିଙ୍ଗ କୋହଲି’ ।

  • ଆନ୍ତର୍ଜାତୀୟ ରନ୍: ୨୮,୦୦୦ରୁ ଅଧିକ ରନ୍
  • ଆନ୍ତର୍ଜାତୀୟ ଶତକ: ୮୬  ଶତକ (୫୫କେବଳ ଦିନିକିଆରେ)
  • ଐତିହାସିକ ସଫଳତା: ୨୦୧୧ ଦିନିକିଆ ବିଶ୍ୱକପ୍, ୨୦୧୩ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୪ ଟି-୨୦ ବିଶ୍ୱକପ୍ ବିଜେତା
  • IPL ମାଇଲଖୁଣ୍ଟ: ଆରସିବି ପାଇଁ ୨୦୨୫ରେ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବାର ସୌଭାଗ୍ୟ 

ପ୍ରକାଶ ଥାଉ କି,  T-20 ଓ ଟେଷ୍ଟ ଫର୍ମାଟରୁ ଅବସର ନେବା ପରେ ବିରାଟଙ୍କ ପୂରା ଫୋକସ୍ ଏବେ ଦିନିକିଆ ଉପରେ ରହିଛି । ଆଗାମୀ ଦିନିକିଆ କ୍ରିକେଟ୍ ମହାକୁମ୍ଭ ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଛନ୍ତି କିଙ୍ଗ କୋହଲି । ବିରାଟ କୋହଲି କେବଳ ଜଣେ ଖେଳାଳି ନୁହନ୍ତି, ବରଂ ସେ ହେଉଛନ୍ତି କୋଟି କୋଟି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ।

Latest Posts

Don't Miss