spot_img

Latest Posts

ଓଡ଼ିଶା ସୀମାନ୍ତ ଗାଁରେ ଆନ୍ଧ୍ର ନିର୍ବାଚନକୁ ନେଇ ଚର୍ଚ୍ଚା, ଝୁମଡାଙ୍ଗରେ ପୋଲିସର କଡ଼ା ପହରା

ନନ୍ଦିଘୋଷ ବିୁରୋ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର କେତେକ ଗାଁରେ ବି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବାକୁ ଚେଷ୍ଟା କରୁଛି। ଧୁଳିପୁଟ ପଞ୍ଚାୟତର ଝୁମଡାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ପୋଲିସ ଓ ପ୍ରଶାସନର ବ୍ୟାପକ ଉପସ୍ଥିତି। ଗତକାଲି ରାତି ତମାମ ଗ୍ରାମରେ ଡେରା ପକାଇଥିଲେ ପୋଲିସ ଓ ପ୍ରଶାସନିକ ଅଧିକାରୀ। ଏହା ସହ ବିଜେଡି କର୍ମୀମାନେ ମଧ୍ୟ ଗ୍ରାମରେ ଉପସ୍ଥିତ ରହିଥିଲେ। ଆଜି ସକାଳୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ୍ ଲଗାଇ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଯାତାୟାତ କରୁଥିବା ଲୋକଙ୍କ ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ଯାଞ୍ଚ କରାଯାଉଛି । ଗ୍ରାମଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଇଞ୍ଜିଲ ଗ୍ରାମରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ମତଦାନ ଚାଲିଛି। ଝୁମଡାଙ୍ଗ ଗ୍ରାମବାସୀ ସେଠାକୁ ଯାଇ ମତଦାନ କରିବା ଆଶଙ୍କାକୁ ନଜରରେ ରଖି ଏହି ଯାଞ୍ଚ କରାଯାଉଛି। ଅନ୍ୟପଟେ ଝୁମଡାଙ୍ଗ ସମେତ ଧୁଳିପୁଟ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହିଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ଆଜି ଏକ ସ୍ୱତନ୍ତ୍ର ଜନଶୁଣାଣି ଶିବିର ଆୟୋଜନ କରାଯାଉଛି। ଏହି ଶିବିରରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଗ୍ରାମବାସୀଙ୍କ ସମସ୍ୟା ଶୁଣିବା ସହ ମୌଳିକ ସୁବିଧା ଯୋଗାଣ ନେଇ ଆଲୋଚନା କରିବେ।

Latest Posts

Don't Miss