ନନ୍ଦିଘୋଷ ବ୍ୟୁରୋ: ଭାରତରେ ଏବେ ଅନ୍ତର୍ଜାତୀୟ ବିମାନ ଯାତ୍ରା ସହଜ ହେବାକୁ ଯାଉଛି । ବିଦେଶ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଚେକଇନ୍ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି। ଏୟାରପୋର୍ଟରେ ଶୁଭାରମ୍ଭ ହୋଇଛି ‘ଡିଜି ଯାତ୍ରା’ ବ୍ୟବସ୍ଥା । ୧ ନଭେମ୍ବର ୨୦-୨୬ ଠାରୁ ଦିଲ୍ଲୀ ସମେତ ଦେଶର ୭ଟି ପ୍ରମୁଖ ବିମାନବନ୍ଦରରେ ଏହାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏବେ ବିଦେଶ ଯାତ୍ରା ସମୟରେ ଏଣ୍ଟ୍ରି ଗେଟ୍ରେ ପାସପୋର୍ଟ ବାହାର କରିବାର ଆବଶ୍ୟକତା ରହିବ ନାହିଁ, କେବଳ କ୍ୟାମେରା ଆଗରେ ଚେହେରା ଦେଖାଇବା ମାତ୍ରେ ଆପେ ଆପେ ଡିଜିଟାଲ୍ ଗେଟ୍ ଖୋଲିଯିବ।

୭ଟି ଏୟାରପୋର୍ଟରେ ଆରମ୍ଭ
ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି, ଚେନ୍ନାଇ ଏବଂ ଅମୃତସର ଏୟାରପୋର୍ଟରେ ଉପଲବ୍ଧ ହେବାକୁ ଯାଉଛି ଏହି ସୁବିଧା । ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହାର ଟ୍ରାଏଲ ଜାରି ରହିବ।

କେଉଁମାନେ ପାଇବେ ଏହି ସୁବିଧା?
ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ‘ଇ-ପାସପୋର୍ଟ’ ଧାରଣ କରିଥିବା ଭାରତୀୟ ଯାତ୍ରୀ ଏବଂ ଏୟାର ଇଣ୍ଡିଆ ଓ ଇଣ୍ଡିଗୋର ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ରହିବ। ବିମାନବନ୍ଦରର ସମସ୍ତ ଚେକ୍ ପଏଣ୍ଟରେ ବାରମ୍ବାର ପ୍ୟାକ୍ସ ବୋଡିଂ କିମ୍ବା ID ଦେଖାଇବାକୁ ପଡିବନି ।

କିପରି କାମ କରିବ?
ଯାତ୍ରୀମାନଙ୍କୁ ‘ଡିଜି ଯାତ୍ରା’ ଆପ୍ରେ ନିଜର ଇ-ପାସପୋର୍ଟ ସ୍କାନ୍ କରିବାକୁ ପଡିବ। ଏହାସହ ଫୋନ୍ର NFC ଫିଚର୍ ମାଧ୍ୟମରେ ଚିପ୍ ଭେରିଫିକେସନ୍ ଏବଂ ସେଲ୍ଫି ଜରିଆରେ ଡିଜିଟାଲ୍ ଟ୍ରାଭେଲ୍ କ୍ରେଡେନ୍ସିଆଲ୍ ପ୍ରସ୍ତୁତ କରିବାକୁ ପଡିବ । ଅନ୍ୟପଟେ ଆପଣଙ୍କ ଫୋଟୋ ଓ ତଥ୍ୟ ଫ୍ଲାଇଟ୍ ଛାଡିବାର ୨୪ ଘଣ୍ଟା ମଧ୍ୟରେ ହିଁ ସିଷ୍ଟମରୁ କଟିଯିବ ।

ପାସପୋର୍ଟ ଓ ଭିସା ସାଥୀରେ ରଖିବା ଜରୁରୀ କି?
ଏମିତିରେ ଏଣ୍ଟ୍ରି ଓ ସିକ୍ୟୁରିଟି ଚେକ୍ ସମୟରେ ହିଁ କେବଳ ଡିଜି ଯାତ୍ରା ଭେରିଫିକେସନ୍ ସହଜ କରିବ। କିନ୍ତୁ ଇମିଗ୍ରେସନ୍ ଏବଂ ଏୟାରଲାଇନ୍ସର ବାଧ୍ୟତାମୂଳକ ଥିବା ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ପୂର୍ବପରି ହିଁ ଜାରି ରହିବ, ତେଣୁ ପାସପୋର୍ଟ ଓ ଭିସା ପାଖରେ ଏଠାରେ ପାଖରେ ରଖିବା ପୂର୍ବପରି ବାଧ୍ୟତାମୂଳକ ରହିବ।


