ମାଲକାନଗିରି : ଯୁବକଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଥାନାରେ ଉତ୍ତେଜନା । ହରିଆଣା ପୋଲିସ ଜଣେ ଯୁବକଙ୍କୁ ଉଠାଇ ଆଣି ହୋଟେଲରେ ରଖିବା ପରେ ହୋଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତିରେ ମାଲକାନଗିରି ଜିଲ୍ଲା MV-୬୫ ଗ୍ରାମର ଯୁବକ ତନୁପ ଦେଙ୍କୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ହରିଆଣା ପୋଲିସ ଉଠାଇ ଆଣିଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ମାଲକାନଗିରି ସହରର ଏକ ହୋଟେଲରେ ରଖାଯାଇଥିଲା । ଆଜି ସକାଳେ ହୋଟେଲ ଭିତରୁ ତନୁପ ଦେଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଘଟଣା ପରେ ମୃତକଙ୍କ ପରିବାର ଲୋକେ ହରିଆଣାର ହଂସି ଥାନା ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପୋଲିସ ତନୁପଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ମାଲକାନଗିରି ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଥାନା ଘେରାଉ କରି ଘଟଣାର ନିରପେକ୍ଷ ତଦନ୍ତ ସହ ହରିଆଣା ପୋଲିସକୁ ଗିରଫ କରିବାକୁ ଦାବି କରିଛନ୍ତି ।….

