spot_img

Latest Posts

ଭିଜିଲାନ୍ସ ଜାଲରେ ସୁନାବେଡା DFO କାର୍ଯ୍ୟାଳୟର ସିନିୟର୍ ଆସିସଷ୍ଟାଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସୁନାବେଡା ଡିଏଫଓଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ। ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ହଡ଼ପ ଅଭିଯୋଗ ବରିଷ୍ଠ ସହାୟକ ବବଲୁ ସୁନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମିଥ୍ୟା ବିଲ୍ କରି ୨୦୨୩ ମସିହାରୁ ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୬ ମାସ ଧରି ପଳାତକ ଥିବା ବବଲୁଙ୍କୁ ଶନିବାର ରାତିରେ ବଲାଙ୍ଗୀରରୁ ଗିରଫ କରାଯାଇଛି। ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଭିଜିଲାନ୍ସ ପଚରାଉଚରା କରିଛି।

ସୂଚନା ଅନୁସାରେ, ବବଲୁ ସୁନା ନିଜର ପଦର ଅପବ୍ୟବହାର କରି ବିଭିନ୍ନ ଯୋଜନାରେ ଅର୍ଥ ହେରଫେର କରିଥିଲେ। ସୁନାବେଡା ବନ୍ୟପ୍ରାଣୀ ଡିଭିଜନର ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟପତ୍ର ଓ ପରିଚୟ ବ୍ୟବହାର କରି ନକଲି ବିଲ୍ କରିଥିଲେ। ଏହି ଅର୍ଥକୁ ସ୍ତ୍ରୀ, ଭାଇ, ଭଉଣୀ ଓ ଘନିଷ୍ଠ ସହଯୋଗଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ। ମୋଟାମୋଟି ଭାବେ ବବଲୁ ସୁନା ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି। ଘଟଣାରେ ବରିଷ୍ଠ ସହାୟକ ବବଲୁ ସୁନାଙ୍କୁ ଗିରଫ କରାଯିବା ସହ ମାମଲା ରୁଜୁ କରାଯାଇଛି।

Latest Posts

Don't Miss