ନନ୍ଦିଘୋଷ ବ୍ୟୁରୋ: ଋଷ ଅଧିକୃତ ତଥା ୟୁକ୍ରେନ ଅନ୍ତର୍ଗତ ଓଲେକ୍ସି ସହରରେ ଅସ୍ଥାୟୀ ଅସ୍ତ୍ରବିରତି ଲାଗୁ l ଆସନ୍ତା ୨୭ରୁ ଲାଗୁ ହେବ ଅସ୍ଥାୟୀ ଅସ୍ତ୍ରବିରତି l ସେଠାରେ ମାନବିକ ସହାୟତା ଲାଗି ପ୍ରକ୍ରିୟା ଆରମ୍ଭ ହେବ l ଆମେରିକାର ଫାଷ୍ଟଲେଡି ମେଲାନିଆ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏହି ଅସ୍ତ୍ରବିରତି ଆରମ୍ଭ ହେବ l ସେପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି l ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ଯୁଦ୍ଧର ଅନ୍ତ ଲାଗି ଋଷ, ୟୁକ୍ରେନ ଓ ଆମେରିକା ପକ୍ଷରୁ ଆବୁଧାବିରେ ଆସନ୍ତା ନଭେମ୍ବରରେ ବାଗରେ ଆଲୋଚନା ହେବ l ଯଦି ଆବୁଧାବିରେ ସମ୍ଭବ ନହୁଏ ତେବେ ସୁଇଜରଲାଣ୍ଡରେ ଏହି କଥାବାର୍ତ୍ତା ହେବ l ସମଗ୍ର ଦୋନବାସ ସମେତ ଋଷ ଅଧିକୃତ କରି ନଥିବା ଅଞ୍ଚଳଗୁଡିକୁ ଋଷ ହାତରେ ଅର୍ପଣ କରିବା ଲାଗି ମସ୍କୋ ଦାବି କରୁଥିବାରୁ କଥାବାର୍ତ୍ତାରେ ବିଶେଷ ଅଗ୍ରଗତି ହୋଇପାରୁନାହିଁ l ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ୍ସ ସିଷ୍ଟମ ବ୍ୟବହାର ଲାଗି ୟୁକ୍ରେନକୁ ଅନୁମତି ନଦେବା ଏବଂ ଋଷୀୟ ତୈଳସମ୍ପଦକୁ ଆମେରିକା ସମେତ ବିଭିନ୍ନ ଦେଶକୁ ରପ୍ତାନି ଲାଗି ଟ୍ରମ୍ପ ଅନୁମତି ଦେବା ପରେ ଆମେରିକା-ୟୁକ୍ରେନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି l

