spot_img

Latest Posts

ରାଜଧାନୀ ଦିଲ୍ଲୀରେ ଉପରମୁହାଁ ପ୍ରଦଷୂଣ, ୩୦୦ ପାର AQI!

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପ୍ରଦଷୂଣ ସମସ୍ୟା ନେଇ ପ୍ରାୟ ସମସ୍ତେ ଅବଗତ । ପ୍ରତ୍ୟେକ ବର୍ଷ ଶୀତ ଦିନରେ ଏହା ରାଜଧାନୀବାସୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥାଏ । ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ସ୍ୱାସ୍ଥ୍ୟ ଉପରେ ଘୋର ପ୍ରଭାବ ପକାଇଥାଏ । ବର୍ତ୍ତମାନ ଦିନ ବେଳା ଖରା ଓ ରାତିରେ ହାଲୁକା ଥଣ୍ଡା ପଡୁଥିବା ବେଳେ ପ୍ରଦୂଷଣ ସ୍ତର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୦୦ ଅତିକ୍ରମ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ । ଏହାସହ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ଥର ଏତେ ଶୀଘ୍ର ଜିଆରଏପି ଲାଗୁ ହୋଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି । ଆଗକୁ ରାତିର ତାପମାତ୍ରା ୧୮ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

CPCB ତଥ୍ୟ ଅନୁଯାୟୀ, ପୁସା, ପଞ୍ଜାବୀ ବାଗ ଓ ଗ୍ରେଟର ନୋଏଡାର ନଲେଜ୍ ପାର୍କ ଭଳି ଅଞ୍ଚଳରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବୃଦ୍ଧ ଓ ଶ୍ୱାସ ସମସ୍ୟା ଥିବା ଲୋକଙ୍କୁ ସକାଳ ଓ ସନ୍ଧ୍ୟା ୱାର୍କ କରିବାକୁ ବାରଣ କରିବା ସହ ମାସ୍କ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ଜିଆରଏପି-୧ ଲାଗୁ ପରେ …

  • ନିର୍ମାଣ ଓ ଭଙ୍ଗାରୁଜା ସ୍ଥଳରେ ଆଣ୍ଟି ସ୍ମଗ୍ ଗନ ବ୍ୟବହାର ଜରୁରୀ ।
  • ହୋଟେଲ, ଢାବା ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ତନ୍ଦୁରି ଭାଟିରେ କାଠ ବା କୋଇଲା ଜଳାଇବା ଉପରେ କଟକଣା ।
  • ରୋଡ଼ରେ ଯେପରି ଧୂଳି ନ ଉଡେ଼ ସେଥି ପାଇଁ ପାଣି ସିଞ୍ଚନ୍ ବ୍ୟବସ୍ଥା ସହ ମେସିନ ଦ୍ୱାରା ସଡ଼କ ସଫା ଅଭିଯାନ ଆରମ୍ଭ ।
  • ଖାଲି ସ୍ଥାନରେ ଶୁଖିଲା ପତ୍ର ଓ ଅଳିଆ ଆବର୍ଜନାରେ ନିଆଁ ଲଗାଇବା ଉପରେ କଟକଣା, ଧରାପଡ଼ିଲେ ଜରିମାନା ।

Latest Posts

Don't Miss