spot_img

Latest Posts

ନେତାନ୍ୟାହୁଙ୍କୁ ଇସ୍ରାଏଲ ବିରୋଧୀ ଆମେରିକା ରାଷ୍ଟ୍ରପତି ଡର, ଭାରତ ସହ ବନ୍ଧୁତ୍ବ ଦୃଢ଼ କରିବା ଉପରେ ଜୋର

ନେତାନ୍ୟାହୁଙ୍କୁ ଇସ୍ରାଏଲ ବିରୋଧୀ ଆମେରିକା ରାଷ୍ଟ୍ରପତି ଡର, ଭାରତ ସହ ବନ୍ଧୁତ୍ବ ଦୃଢ଼ କରିବା ଉପରେ ଜୋର

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ନା କେବଳ ନିଜ ଦେଶର ଚିନ୍ତା ବଢ଼ାଇଛି ବରଂ ବନ୍ଧୁ ରାଷ୍ଟ୍ରଙ୍କ ବିଶ୍ବାସ ମଧ୍ୟ ହରାଇବାକୁ ଲାଗିଛି । ଏମିତି ସ୍ଥିତିରେ ଆମେରିକାର ପରବର୍ତ୍ତି ରାଷ୍ଟ୍ରପତି ନିର୍ବାଚନରେ ବଡ଼ ଧରଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଯାହାର ସଙ୍କେତ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ଦେଇଛନ୍ତି । ଏପରିକି ଆମେରିକାରେ ଇସ୍ରାଏଲ ବିରୋଧୀ ରାଷ୍ଟ୍ରପତି ନିର୍ବାଚିତ ହେବାର ଆଶଙ୍କା କରିବା ସହ ଭାରତ ଓ ଲାଟିନ ଆମେରିକୀୟ ଦେଶଙ୍କ ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉପରେ ସେ ଜୋର ଦେଇଛନ୍ତି ।

ସେ କହିଛନ୍ତି, ଭବିଷ୍ୟତରେ ଆମେରିକାର କୌଣସି ରାଷ୍ଟ୍ରପତି ଇସ୍ରାଏଲ ବିରୋଧୀ ହୋଇପାରନ୍ତି । ଏଥିପାଇଁ ଆମକୁ ଆମ ସୁରକ୍ଷା ଦୃଢ଼ କରିବାକୁ ହେଲେ ଭାରତ ଓ ଲାଟିନ ଆମେରିକା ଦେଶଙ୍କ ସହ ସମ୍ପର୍କ ଭଲ କରିବାକୁ ପଡ଼ିବ । ଏହାସହ ଇସ୍ରାଏଲକୁ ଅନ୍ୟ ଦେଶଙ୍କ ସହ ମିଶି ନୂଆ ସଂଗଠନ ମଧ୍ୟ ବନାଇବାକୁ ପଡିବ । ଏକ କାର୍ଯ୍ୟକ୍ରମରେ ନିଜ ସୁରକ୍ଷା ନୀତିକୁ ନେଇ ନେତାନ୍ୟାହୁ ଏହା କହିଛନ୍ତି ।

ସେ କହିଛନ୍ତି, ଦୁଇ ବର୍ଷ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ରାଷ୍ଟ୍ରପତି ଇସ୍ରାଏଲର ଘୋର ବିରୋଧୀ ହୋଇପାରନ୍ତି । ଏମିତି ସ୍ଥିତିରେ ଆମେରିକା ସହ ସମ୍ପର୍କ ଆଗକୁ ବଢ଼ାଇବା ଓ ଆଗକୁ ଯିବାକୁ ପଦକ୍ଷେପ ନେବାକୁ ପଡ଼ିବ । ଟ୍ରମ୍ପଙ୍କ କାର୍ଯ୍ୟକଳା ମଧ୍ୟରେ ଆମକୁ ଆମ ସ୍ଥିତି ମଜଭୁତ କରିବାକୁ ଯଥା ସମ୍ଭବ ଉଦ୍ୟମ କରିବାକୁ ପଡ଼ିବ । ଆଉ ଆମେରିକା ସହ ଭଲ ଓ ଖରାପ ସ୍ଥିତି ନେଇ ପ୍ରସ୍ତୁତ ରହିବାକୁ ପଡିବ ।

ଭାରତ ନାଁ ନେଇ ସେ କହିଛନ୍ତି, ଭାରତ ଏକ ବଡ଼ ଦେଶ । ଏମିତି ବି ବହୁତ ଦେଶ ଅଛନ୍ତି, ଯେଉଁମାନଙ୍କ ସହ ଆମେ ସମ୍ପର୍କ ବଢ଼ାଇ ପାରିବା ।  ଏହାସହ ଲାଟିନ ଆମେରିକା ଦେଶରେ ହେଉଥିବା ରାଜନୈତିକ ପରିବର୍ତ୍ତନ କଥା ମଧ୍ୟ ସେ କହିଛନ୍ତି । ତାଙ୍କ ମତରେ, ବ୍ରାଜିଲରେ କିଛିଦିନ ମଧ୍ୟରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏମିତି ସ୍ଥିତିରେ ଆମକୁ ସହଯୋଗୀ ଦେଶଙ୍କ ସଂଖ୍ୟା ବଢ଼ାଇବା ସହ ନିଜ କ୍ଷମତା ଏପରି କରିବା ଆବଶ୍ୟକ ଯାହାକୁ ଉକ୍ତ ଦେଶଗୁଡିକ ଉପଯୋଗୀ ମାନିବେ ।

ସୂଚନାଯୋଗ୍ୟ, ଆକ୍ଟୋବର ୨୭ ତାରିଖରେ ଇସ୍ରାଏଲରେ ନିର୍ବାଚନ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିତାନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ ହେବା ନେଇ ଖୋଲା ସମର୍ଥନ ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ନେତାନ୍ୟାହୁଙ୍କ ଏପରି ବୟାନ କିଛି ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି ।

Latest Posts

Don't Miss