ଗୁଣପୁର : ଗୁଣପୁର ଅବକାରୀ ବିଭାଗର ଚଢ଼ାଉ । ମରମା ପଞ୍ଚାୟତ ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିଛି ଟିମ୍ । ପାଟ୍ରୋଲିଙ୍ଗ ସମୟରେ ବିଶେଷ ସୂତ୍ରଋ ଖବର ପାଇ କତାଗୁଡା ଗ୍ରାମ ନିକଟରେ ଏକ ଅଟୋ ଉପରେ ଚଢାଉ କରିଥିଲା ଟିମ୍ । ଅଟୋରୁ ୨ଶହ ଲିଟର ଦେଶୀ ରନ୍ଧା ମଦ ସହ ଅଟୋକୁ ଜବତ କରି ଜଣେ ବ୍ୟକ୍ତିକୁ ଗିରଫ କରିଛି ଅବକାରୀ ଟିମ୍ । ଗିରଫ ବ୍ୟକ୍ତି ଜଣକ କତାଗୁଡା ଗ୍ରାମର ବିଡ଼ିକା ନରେଶ ବୋଲି ଜଣାପଡିଛି । ଅନୁରୂପ ଭାବେ କତାଗୁଡ଼ା ଅଞ୍ଚଳରେ ଚଢାଉ କରି ଅବକାରୀ ବିଭାଗ ୩୫ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ବିଡିକା ଯଯାତି । ଜବତ ଦେଶୀ ରନ୍ଧା ମଦ ସବୁ ବେଆଇନ ଭାବେ କତାଗୁଡ଼ା ଅଞ୍ଚଳରୁ ଗୁଣପୁର ଚୋରା ଚାଳଣ ହେଉଥିଲା । ଉଭୟ ମାମଲାରେ ବିଭାଗ ପକ୍ଷରୁ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।….

