spot_img

Latest Posts

ଫ୍ରାନ୍ସରେ ଅନ୍ଦୋଳନର ଉଗ୍ର ରୂପ: ୧୨୦୦ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଫ୍ରାନ୍ସରେ ମୁଣ୍ତ ଟେକିଥିବା ଅନ୍ଦୋଳନ ଏବେ ହିଂସାତ୍ମକ ରୂପ ନେଇଛି । ମୁଦ୍ରାସ୍ଫୀତିରେ ବୃଦ୍ଧି ଓ ସ୍କୁଲର ଖରାପ ଅବସ୍ଥା ନେଇ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକେ । ପ୍ୟାରିସ ସମେତ ଅନେକ ସହରରେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ସଂର୍ଘଷ ଦେଖାଦେଇଛି । ଅନ୍ଦୋଳନ ଯୋଗୁଁ ଅନେକ ସ୍ଥାନରେ ପୋଡ଼ାଜଳା, ଲୁଟପାଟ ଓ ସାର୍ବଜନୀନ ସମ୍ପତ୍ତିର ବହୁ କ୍ଷତି ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଫ୍ରାନ୍ସରେ ଏବେ ପୁଣି ଥରେ ‘ୟେଲୋ ଭେଷ୍ଟ’ ଆନ୍ଦୋଳନ ମୁଣ୍ତ ଟେକିଛି । ଶନିବାର ଆନ୍ଦୋଳନ ସମୟରେ ହିଂସା ଉଗ୍ର ରୂପ ନେଇଛି । ଆନ୍ଦୋଳନକାରୀ ମାନେ ଐତିହାସିକ କୋଠା ଗୁଡ଼ିକୁ ନିଆଁ ଲଗାଇବା ସହ ଦୋକାନ ଗୁଡ଼ିକୁ ଲୁଟ୍‌ କରିଥିଲେ। ମାର୍ଶିଲେରେ ଅନ୍ଦୋଳନକାରୀ ଟାଉନ୍ ହଲ ଭିତରକୁ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସେହିପରି ଉତ୍ତର ସହର ଲିଲେରେ ଆନ୍ଦୋଳନକାରୀ ମେୟରଙ୍କ ଅସିଫରେ ଭଙ୍ଗାରୁଜା କରିଛନ୍ତି । ଏହି ପ୍ରଦର୍ଶନରେ ୫୦ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିବା ବେଳେ ୧୨୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ହିଂସାରେ ସମ୍ପୃକ୍ତ ଲୋକଙ୍କୁ ଦଣ୍ଡ ଦେବାକୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରତିଶ୍ରୁତି ଦେଇଛନ୍ତି। ଫ୍ରାନ୍ସରେ ଦେଶବ୍ୟାପୀ ୬୦୦ରୁ ଅଧିକ ବିକ୍ଷୋଭ ନେଇ ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି । ହିଂସା ପାଇଁ ସେଣ୍ଟ୍ରାଲ ପ୍ୟାରିସରେ ଏକାଧିକ ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି ।

ପ୍ରକାଶଥାଉ କି, ୨୦୨୬ ସେପ୍ଟେମ୍ବରରେ ଏହି ସଙ୍କଟ ଆରମ୍ଭ ହୋଇଥିଲା । ଘୋର ଶିକ୍ଷକ ଅଭାବ, ଅବହେଳିତ ସ୍କୁଲ ଭିତ୍ତିଭୂମି ବିରୋଧରେ କିଛି ସ୍ଥାନୀୟ ଛାତ୍ର ଓ ଶିକ୍ଷକ ପ୍ୟାରିସ୍ ଉତ୍ତର ଉପନଗରୀରୁ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ ।

 

 

Latest Posts

Don't Miss