spot_img

Latest Posts

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଦିଲ୍ଲୀ ବିକ୍ଷୋଭର ସବୁ ସିସିଟିଭି ଫୁଟେଜ ରଖ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ବିକ୍ଷୋଭର ସମସ୍ତ ସିସିଟିଭି ଫୁଟେଜ ସଂରକ୍ଷଣ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସମସ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ INDIA ବ୍ଲକର ନେତାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ECI ଓ ଅନ୍ୟମାନଙ୍କୁ ବି ନୋଟିସ ଜାରି କରାଯାଇଛି। SIR ଓ ୧୩ କୋଟି ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିଲା। ଏହାକୁ ଚ୍ଯାଲେଞ୍ଜ କରି ସୁପ୍ରିମକୋର୍ଟକୁ ଯାଇଥିଲେ ରାହୁଲ ଗାନ୍ଧି। ଏହି ମାମଲାରେ ନିର୍ବାଚନ ଆୟୋଗ, CEC ଜ୍ଞାନେଶ କୁମାର ଓ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ସେହିପରି ଜନ୍ତର ମନ୍ତରରେ କୌଣସି ଆନ୍ଦୋଳନ କରାଯାଇପାରିବନି ବୋଲି ଦିଲ୍ଲୀ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ନେଇ ମଧ୍ୟ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ସେପଟେ ସୁପ୍ରିମକୋର୍ଟ ଯାଏ ଇଣ୍ଡି ମେଣ୍ଟର ପଦଯାତ୍ରା ନେଇ ସୁପ୍ରିମକୋର୍ଟ କହିଛନ୍ତି, ଅଦାଲତଙ୍କୁ କେହି ଧମକାଇ ପାରିବେ ନାହିଁ। ରାହୁଲ ଗାନ୍ଧିଙ୍କୁ ଇଙ୍ଗିତ କରି କହିଛନ୍ତି, ଜଣକୁ ଏହାର ଜବାବ ଦେବାକୁ ପଡ଼ିବ।

Latest Posts

Don't Miss