spot_img

Latest Posts

ଦିଲ୍ଲୀ ମେଟ୍ରୋ: ଆଜି ୬ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବନ୍ଦ!

ଦିଲ୍ଲୀ ମେଟ୍ରୋ: ଆଜି ୬ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବନ୍ଦ!

ନନ୍ଦିଘୋଷ ବ୍ୟୁରୋ: ଆଜି ଦିଲ୍ଲୀରେ ଇଣ୍ଡିମେଣ୍ଟର ଗର୍ଜନ । ସାରା ଦେଶରୁ ଏକାଠି ହୋଇଛନ୍ତି କଂଗ୍ରେସ କର୍ମୀ । ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜୋର ଧରିଛି ଆନ୍ଦୋଳନ । ସମଗ୍ର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଛି ।  ସେପଟେ ସୁରକ୍ଷା ଦୃଷ୍ଟିରୁ ଆଜି ଦିଲ୍ଲୀରେ ମେଟ୍ରୋ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଘୋଷଣା କରିଛି ଯେ, ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୬ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରହିବ । ବିରୋଧୀ ଦଳଗୁଡ଼ିକ ଭୋଟ ଚୋରି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟକୁ ପଦଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ବିଳମ୍ବିତ ରାତିର ପୋଷ୍ଟ ଦେଇ DMRC ଘୋଷଣା କରିଛି ଯେ, ପଟେଲ ଚୌକ, ଜନପଥ, ରାଜୀବ ଚୌକ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ ଓ ବାରଖମ୍ବା ରୋଡ ମେଟ୍ରୋ ଷ୍ଟେସନରେ ଯାତ୍ରୀ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରହିବ। ତଥାପି, ଏହି ସମସ୍ତ ଷ୍ଟେସନରେ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ । ମେଟ୍ରୋ ପ୍ରଶାସନ କହିଛି ଯେ, ସୁରକ୍ଷା ଏଜେନ୍ସିଗୁଡ଼ିକ ପରିସ୍ଥିତି ସମୀକ୍ଷା କରିବେ ଓ ଆବଶ୍ୟକ ହେଲେ ଅଧିକ ସୂଚନା ସେୟାର କରାଯିବ।

ସୂଚନା ଅନୁଯାୟୀ, ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ବିରୋଧୀ ଦଳର ନେତା ଓ ସାଂସଦ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏଥିପାଇଁ ସିଜେଆଇ ମନା କରିଦେଇଛନ୍ତି । କୌଣସି ରାଜନୈତିକ ପାର୍ଟିକୁ ଏମିତି ଭେଟି ଦାବିପତ୍ର ଗ୍ରହଣ କରିପାରିବେ ନାହିଁ ବିଚାରପତି । କିନ୍ତୁ ପିଟିସନ୍ ଦାଖଲ କଲେ ଶୁଣାଣି କରିବେ ଓ ପ୍ରତ୍ୟେକ ନାଗରିକର ଅଧିକାର ଅକ୍ଷୂର୍ଣ୍ଣ ରଖିବେ ବୋଲି ସିଜେଆଇ କହିଥିବା ସୂଚନା ମିଳିଛି ।

Latest Posts

Don't Miss