ନନ୍ଦିଘୋଷ ବ୍ୟୁରୋ: ଆଜି ଦିଲ୍ଲୀରେ ଇଣ୍ଡିମେଣ୍ଟ ଗର୍ଜନ । ସାରା ଦେଶରୁ ଏକାଠି ହେବେ କଂଗ୍ରେସ କର୍ମୀ । ସିଇସି ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗରେ ଜୋର ଧରିବ ଆନ୍ଦୋଳନ । ସାରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ଥିବାବେଳେ କଂଗ୍ରେସର ସମାବେଶ ଅଧିକ ମୁଣ୍ଡବ୍ୟଥାର କାରଣ ସାଜିଛି । ସେପଟେ ସିଜେପି ମଧ୍ୟ ଆଜି ଆନ୍ଦୋଳନକୁ ଓହ୍ଲାଇବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ଆଶୁତୋଷ ରାଙ୍କା । CEC ଙ୍କ ଇସ୍ତଫା ଦାବିରେ କଂଗ୍ରେସ ନେତୃତ୍ଵରେ ବିରୋଧୀ ଇଣ୍ଡିଆ ମେଣ୍ଟ ଯେଉଁ ଆନ୍ଦୋଳନ କରୁଛି, ସେଥିରେ ଯୋଗ ଦେବ କକ୍ରୋଚ ପାର୍ଟି । ତେବେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ବିରୋଧୀ ଦଳର ନେତା ଓ ସାଂସଦ ଭେଟିବାର କାର୍ଯ୍ଯକ୍ରମ ରହିଥିଲା । କିନ୍ତୁ ଏଥିପାଇଁ ସିଜେଆଇ ମନା କରିଦେଇଛନ୍ତି । କୌଣସି ରାଜନୈତିକ ପାର୍ଟିକୁ ଏମିତି ଭେଟି ଦାବିପତ୍ର ଗ୍ରହଣ କରିପାରିବେ ନାହିଁ ବିଚାରପତି । କିନ୍ତୁ ପିଟିସନ ଦାଖଲ କଲେ ଶୁଣାଣି କରିବେ ଓ ପ୍ରତ୍ୟେକ ନାଗରିକର ଅଧିକାର ଅକ୍ଷୂର୍ଣ୍ଣ ରଖିବେ ବୋଲି ସିଜେଆଇ କହିଥିବା ସୂଚନା ମିଳିଛି । ସିଜେଆଇ ଭେଟିବାକୁ ମନା କରିବା ସତ୍ତ୍ଵେ ପଦଯାତ୍ରା କରିବାକୁ ଇଣ୍ଡି ମେଣ୍ଟ ନିଷ୍ପତ୍ତି ନେଇଛି ।…

