spot_img

Latest Posts

ପାର୍କ ଭିତରେ ମଣିଷ ଶିକାର କଲା ବାଘ !

ନନ୍ଦିଘୋଷ ବ୍ୟୁରୋ: ପାର୍କ ଭିତରେ ଅଘଟଣ । ବାଘ ଦେଖବାକୁ ଯାଇଥିବା ବେଳେ ବାଘର ଶିକାର ହେଲେ ଯୁବକ । ଝୁଣି ଝୁଣି ଯୁବକଙ୍କ ଜୀବନ ନେଇଗଲା ବାଘ । ଇଂଲଣ୍ଡର ୟର୍କସାୟର ଓ୍ବାଇଲ୍ଡଲାଇଫ ପାର୍କରେ ଘଟିଛି ଏଭଳି ଛାତି ଥରାଇ ଦେବା ଭଳି ଘଟଣା । ଶନିବାର ସେଠାକୁ ବୁଲିବାକୁ ଯାଇଥିବା ଜଣେ ଯୁବକ ହଠାତ ବାଘ ଥିବା ଏନକ୍ଲୋଜର ଭିତରକୁ ଚାଲିଯାଇଥିଲେ । ଯାହାପରେ ବାଘଟି ତାଙ୍କୁ ଆକ୍ରମଣ କରିଦେଇଥିଲା । ଆଉ ଗୁରୁତର ଭାବେ ଆହତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲସର ସୂଚନା ମୁତାବକ, ଅପରାହ୍ନ ୧:୩୫ରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଡୋନକାଷ୍ଟର ନିକଟସ୍ଥ ଓ୍ବାଇଲ୍ଡଲାଇଫ୍ ପାର୍କରେ ବାଘର ଏନକ୍ଲୋଜର୍ ଭିତରକୁ ଜଣେ ବ୍ୟକ୍ତି ଚାଲିଯାଇଛନ୍ତି । ବାଘର ଆକ୍ରମଣରେ ଗମ୍ଭୀର ଭାବେ ଆହତ ହୋଇଥିଲେ ଏବଂ ମେଡିକାଲ ଟିମ୍ ର ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ହେଲେ କେଉଁ ପରିସ୍ଥିତିରେ ଯୁବକ ଜଣକ ବାଘର ଏନକ୍ଲୋଜର ଭିତରକୁ ଚାଲିଗଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।  ଏହି ଘଟଣା ପରେ ଓ୍ବାଇଲ୍ଡଲାଇଫ ପାର୍କକୁ ପୂରା ଖାଲି କରାଯାଇଥିଲା । ତଦନ୍ତ ପାଇଁ ଅଧିକାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ରହିଥିଲେ । ପରିସ୍ଥିତିକୁ ଦେଖି ରବିବାର ବି ପାର୍କଟିକୁ ବନ୍ଦ ରଖାଯାଇଛି ।

ଏହାକୁ ନେଇ ଓ୍ବାଇଲ୍ଡଲାଇଫ ପାର୍କ ନିଜ ଓ୍ବେବସାଇଟ୍ ରେ ଜାରି କରିଥିବା ଏକ ବୟାନରେ କହିଛି ଯେ, ପ୍ରକୃତରେ ସେଠାରେ କଣ ହୋଇଥିଲା ତାହା ଜାଣିବାକୁ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଉଛି ।

କହିରଖୁଛୁ ଯେ, ୨୦୦୯ ମସିହାରେ ଖୋଲିଥିବା ୟର୍କସାୟର ଓ୍ବାଇଲ୍ଡଲାଇଫ ପାର୍କରେ ୨୦୧୧ ରେ ଖୋଲା ଯାଇଥିଲା ଲାଣ୍ଡ୍ ଅଫ୍ ଦ ଟାଇଗର୍ସ । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଯେଉଁଥିରେ ବିଲୁପ୍ତପ୍ରାୟ ସାଇବେରିଆନ ବାଘଙ୍କୁ ରଖାଯାଇଥିଲା । ଏହି ଏନକ୍ଲୋଜର ଭିତରେ ପ୍ରାୟ ୩୦୦ ମିଟର ଲମ୍ବା ଏବଂ ଉଚ୍ଚ ରାସ୍ତା ରହିଛି, ଯେଉଁଠାରୁ ପରିଦର୍ଶନକାରୀ ବାଘକୁ ଜଙ୍ଗଳରେ ବୁଲୁଥିବାର ଦେଖିପାରିବେ ।

Latest Posts

Don't Miss