spot_img

Latest Posts

ଆଜି ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଘୂର୍ଣ୍ଣିବଳୟ

ନନ୍ଦିଘୋଷ ବ୍ୟୁରୋ: ଆଜି ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଥାଇଲାଣ୍ଡ ଉପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ଏହା ଅବପାତ ରୂପ ନେବା ନେଇ ବଢୁଛି ଆଶଂକା । ଏହା ବାତ୍ୟାର ରୂପ ନେବ କି ନାହିଁ; ତାହା ମଧ୍ୟ ଅସ୍ପଷ୍ଟ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ପରିସ୍ଥିତି ବିଶେଷ ଅନୁକୂଳ ନାହିଁ । ଲଘୁଚାପର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖାଯାଇଛି । ତେବେ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା,  ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର  ନାହିଁ ସମ୍ଭାବନା । ଅନ୍ୟପକ୍ଷରେ, ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ସାମାନ୍ୟ ବର୍ଷା  । ୨୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆସନ୍ତା ୭ ଦିନ ପାଗରେ ନାହିଁ ପରିବର୍ତ୍ତନ  ।ଆଜି ସର୍ବାଧିକ ପାରଳାଖେମୁଣ୍ଡି ଠାରେ ୩୬.୨ଡିଗ୍ରୀ ତାପମାତ୍ରା ରେକର୍ଡ । ୧୩ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅବପାତ ନେଇ ଚିତ୍ର ରହିଛି ଅସ୍ପଷ୍ଟ ।

Latest Posts

Don't Miss