spot_img

Latest Posts

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ବେଣ୍ଟି: ଶୁଖିଲା ପି୍ଚ ରେ ହେବ ରନ୍ ବର୍ଷା !

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ବେଣ୍ଟି ମୁକାବିଲା ।  ଇନ୍ଦୋର ହୋଲକର ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ ମ୍ୟାଚ । ୫ଟିକିଆ ସିରିଜରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାବଳେ ୧-୧ରେ ସ୍ଥିତି ବରାବର ରହିଛି । ତେଣୁ ପରାଜୟ ପରେ ପାଲଟା ଜବାବ ଦେବାକୁ ନିଜ ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ବିଶେଷକରି ବୋଲିଂ ବିଭାଗକୁ ସୁଧାରିବାକୁ ପ୍ରୟାସ କରିବ ମେନ ଇନ୍ ବ୍ଲ୍ୟୁ ।  ଶୁକ୍ରବାର ରାଞ୍ଚି ମ୍ୟାଚରେ ଭାରତକୁ ୬ ୱିକେଟରେ ହରାଇ ସ୍ଥିତି ବରାବର କରିଥିଲା କାରବିଆନ ବାହିନୀ । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୯ ରନ କରିଥିବାବେଳେ ୯ଟି ବଲ୍ ବାକିଥାଇ ବିଜୟୀ ହୋଇଥିଲା ୱେଷ୍ଟଇଣ୍ଡିଜ । ଦଳ ପକ୍ଷରୁ ଅଧିନାୟକ ହୋପ ୧୦୨ ରନର ବିଜୟୀ ଇନିଂସ ଖେଳିଥିଲେ । ସେପଟେ ପ୍ରଥମ ଟି-ଟ୍ବେଣ୍ଟିରେ ଭାରତର ଅଧିନାୟକ ଶ୍ରେୟସ ଆୟାର ୪୩ ବଲରେ ଅପରାଜିତ ୧୦୨ ରନ କରି ଟିମକୁ ଜିତାଇଥିଲେ ।

ଏହି ଟି-୨୦ ସିରିଜରେ କ୍ରିକେଟ ପ୍ରେମୀମାନେ କେବଳ ବ୍ୟାଟିଂ ଦେଖିବାର ହିଁ ସୁଯୋଗ ପାଇଛନ୍ତି । ସିରିଜ୍ ତୃତୀୟ ମ୍ୟାଚ୍ ରେ ପହଁଚିଥିଲେ ବି, ଏଠାରେ ବି ସ୍ଥିତି ପ୍ରଥମ ଦୁଇଟି ମ୍ୟାଚ୍ ପରି ହେବ ବୋଲି ଅନୁମାନ କରାଯାଉଛି ।  କାରଣ ଇନ୍ଦୋରର ହୋଲକର ଷ୍ଟାଡିୟମ ଦଳଗୁଡିକୁ ଏକ ଫ୍ଲାଟ୍, ବ୍ୟାଟିଂ-ଅନୁକୂଳ ପିଚ୍ ପ୍ରଦାନ କରିବ । ପ୍ରଥମ ଦୁଇଟି ମ୍ୟାଚ୍ ତୁଳନାରେ ଏଠାକାର ସୀମା ଟିକିଏ ଛୋଟ ହୋଇଥିବାରୁ ରନ୍ ର ବର୍ଷା ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଯଦି ଦେଖିବା ସିରିଜର ପ୍ରଥମ ମ୍ୟାଚ୍ ରେ ମୋଟ୍ ୩୪୩ ରନ୍ କରାଯାଇଥିଲା । ଯେଉଁଥିରେ ଭାରତୀୟ ଦଳ ୩୨ ଟି ବଲ୍ ବାକି ଥାଇ ମ୍ୟାଚ୍ ଶେଷ କରିଦେଇଥିଲା । ଯଦି ଦଳ ସମ୍ପୂର୍ଣ୍ଣ ୨୦ ଓଭରର ବ୍ୟାଟିଂ କରିଥାନ୍ତା, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା ।  ସେହିପରି ଦ୍ବିତୀୟ ମ୍ୟାଚ୍ ରେ ମୋଟ୍ ୫୦୧ ରନ୍ ହୋଇଥିଲା । ତେଣୁ ପ୍ରଥମ ଦୁଇଟି ମ୍ୟାଚ୍ ଉଭୟ ଟିମ୍ ର ଆତ୍ମବିଶ୍ବାସ ବଢାଇଛି ।  ସବୁଠାରୁ ବଡ କଥା ହେଉଛି ଉଭୟ ଦଳ ଭଲ ଫର୍ମରେ ଅଛନ୍ତି । ସେଥିପାଇଁ ଟକ୍କର ଏବେ ଦୁଇଟି ଦଳର ବ୍ୟାଟ୍ସମ୍ୟାନ୍ ଙ୍କ ଭିତରେ ହେବ  । ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ଆଜି କଡ଼ା ଟକ୍କର ହେବା ନେଇ ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

Latest Posts

Don't Miss