spot_img

Latest Posts

ଟ୍ରମ୍ପଙ୍କ ବଡ ଘୋଷଣା: ଯୁଦ୍ଧର ହେବ ଅନ୍ତ !

ନନ୍ଦିଘୋଷ ବ୍ୟୁରୋ:  ଖୁବ୍ ଶୀଘ୍ର ଋଷ-ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ l ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏଭଳି ଏକ ବଡ ସୂଚନା ଦେଇଛନ୍ତି l  ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,ତାଙ୍କ ଋଷୀୟ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ସହିତ ଯୁଦ୍ଧ ଉପରେ ଏକ ଚୁକ୍ତି କରିବାକୁ ଚାହାଁନ୍ତି । ହେଲେ ଭୋଲଡିମିର ଜେଲେନସ୍କି ଏହି ଆପୋଷ ସମାଧାନକୁ ପ୍ରତିରୋଧ କରୁଛନ୍ତି । କୌଣସି କାରଣରୁ ସେ ଚୁକ୍ତି କରିବାକୁ ଚାହୁଁନଥିବା ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ।

ଶୁକ୍ରବାର ଦିନ ଫୋନରେ କଥାବାର୍ତ୍ତା ସମୟରେ ଋଷୀୟ ନେତା ତାଙ୍କୁ ଯାହା କହିଥିଲେ ସେ ବିଷୟରେ ଟ୍ରମ୍ପ କହିଛନ୍ତି, ‘‘ଋଷିଆ ରାଷ୍ଟ୍ରପତି ପୁଟିନ୍ ଦୃଢତାର ସହିତ ଏକ ସମାଧାନ ପାଇଁ ଆଗକୁ ବଢୁଛନ୍ତି । ’’ ହେଲେ ଏହାରି ଭିତରେ ଟ୍ରମ୍ପ ୟକ୍ରେନ ରାଷ୍ଟ୍ରପତିଙ୍କୁ ସମାଲୋଚନା ମଧ୍ୟ କରିଥିଲେ । କାରଣ ୨୦୨୨ ମସିହାରେ ଋଷ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ୟୁକ୍ରେନରେ ଆଉ ନିର୍ବାଚନ ହୋଇନାହିଁ । ଜେଲେନସ୍କି ଚାହିଁଥିଲେ ନିର୍ବାଚନ କରିପାରିଥାନ୍ତେ । କିନ୍ତୁ ସେ ଜାଣିଶୁଣି ନିର୍ବାଚନ କରୁନଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ଫଳରେ ଜେଲେନସ୍କିଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ଧିରେ ଧିରେ ଖରାପ ହୋଇ ହୋଇ ହୋଇ ଯାଉଛି । ଆଉ ଶନିବାର ଓ୍ବାଶିଂଟନ୍ ଋଷିଆର ଡିଜେଲ୍ ଉପରେ କଟକଣା କୋହଳ କରିବା ପରେ ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟ ଅରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି ।  ଟ୍ରମ୍ପ କହିଛନ୍ତି ଯେ, ଜେଲେନସ୍କି ଋଷିଆ ରିଫାଇନାରୀ ଉପରେ ଆକ୍ରମଣ ନକରିବା ପାଇଁ ତାଙ୍କର ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ଏବଂ ଏହି ଆକ୍ରମଣ ଇରାନ ଉପରେ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁଁ ବିଶ୍ବବ୍ୟାପୀ ଇନ୍ଧନ ଅଭାବକୁ ଆହୁରି ଖରାପ କରିବାର ଆଶଙ୍କା ରହିଛି ।

ସେହିପରି ଏକ ପ୍ରଚାର ରାଲିରେ ଯୋଗ ଦେଇ ଟ୍ରମ୍ପ କହିଛନ୍ତି- ସେ  ଇରାନ ଓ ୟୁକ୍ରେନ୍ ଯୁଦ୍ଧର ଅନ୍ତ ଲାଗି ଉଦ୍ୟମ ଜାରି ରଖିଛନ୍ତି l ଏହା ସହ ଏହି କ୍ଷେତ୍ରରେ ନିଜର ବିଜୟ ଲାଗି ସେ ଦୃଢ଼ ନିଶ୍ଚିତ ଅଛନ୍ତି l ସେପଟେ ୟେମେନ ସରକାର କହିଛନ୍ତି-ଗତ ୨୪ ଘଣ୍ଟାରେ ୧୪୦୦ ହୁଥି ଆତଙ୍କୀଙ୍କୁ ନିପାତ କରାଯାଇଥିବା ବେଳେ ହୁଥି ସହ ଜଡ଼ିତ ବିଭିନ୍ନ ସ୍ଥାନ ଉପରେ ୨ ହଜାର ୭୫୦ରୁ ଅଧିକ ଏୟାର ଷ୍ଟ୍ରାଇକ କରାଯାଇଛି l ତେବେ ସବୁବେଳେ କ୍ରେଡିଟ୍ ନେବାକୁ ହାଇଁପାଇଁ ହେଉଥିବା ଟ୍ରମ୍ପ ଯୁଦ୍ଧକୁ ବନ୍ଦ କରିବାରେ କେତେ ସଫଳ ହେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Latest Posts

Don't Miss