spot_img

Latest Posts

ଓବିସିଙ୍କୁ ମିଳିବନି ୨୭% ସଂରକ୍ଷଣ!

ନନ୍ଦିଘୋଷ ବ୍ୟୁରୋ: ଓବିସିଙ୍କୁ ମିଳିବନି ସଂରକ୍ଷଣ! ବଡ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ । ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଅମଙ୍ଗ କୋର୍ଟ । ଓବିସି ସଂରକ୍ଷଣ ମାମଲାରେ ଏହି ବଡ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ କୋର୍ଟ ମନା କରିଦେଇଛନ୍ତି । ଫଳରେ ମଧ୍ୟପ୍ରେଦେଶରେ ଓବିସି ସଂରକ୍ଷଣ ଏବେ ୧୪ ପ୍ରତିଶତ ହିଁ ରହିବ । ୨୭ ପ୍ରତିଶତ ସଂରକ୍ଷଣ ପାଇଁ ହାଇକୋର୍ଟ ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି ।  ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଆନନ୍ଦ ପାଠକ ଏବଂ ବିନୟ ସରାଫଙ୍କ ଡବଲ ବେଞ୍ଚ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି । ହାଇକୋର୍ଟ ୧୫୯ ପୃଷ୍ଠାର ଏକ ଆଦେଶ ଜାରି କରିଛନ୍ତି । କୋର୍ଟ କହିଛନ୍ତି ଯେ, ‘‘ସମ୍ପୂର୍ଣ୍ଣ ମାମଲାରେ ଏପରି କୌଣସି ଅସ୍ବାଭାବିକ କିମ୍ବା ଜରୁରୀକାଳୀନ ପରିସ୍ଥିତି ନାହିଁ ଯାହା ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରିବ । ’’ ଏହାସହ ୨ ସେପ୍ଟେମ୍ବର ୨୦୧୯ରୁ ୨୯ ସେପ୍ଟେମ୍ବର ୨୦୨୨ ମଧ୍ୟରେ ହୋଇଥିବା ୨୭% ନିଯୁକ୍ତିକୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶକୁ ହୋଲ୍ଡ ରଖାଯାଇଥିବା କୋର୍ଟ କହିଛନ୍ତି । ସେହିପରି ୧୩% ପଦବୀ ଅଣସଂରକ୍ଷିତ ବର୍ଗରୁ ପୂରଣ କରାଯିବା ଉଚିତ ବୋଲି କହିଛନ୍ତି । ଆଉ ରାଜ୍ୟ ସରକାରଙ୍କୁ ଏହି ପ୍ରକ୍ରିୟା ୩ ମାସ ମଧ୍ୟରେ ସମାପ୍ତ କରିବାକୁ ପଡିବ ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟପ୍ରେଦଶର ଆଡଭୋକେଟ୍ ଜେନେରାଲ କହିଛନ୍ତି, ମାମଲାର ଶୁଣାଣି ସମୟରେ କୋର୍ଟ ଦସ୍ତାବିଜ, ଟେବୁଲ୍ ଏବଂ ପରିସଂଖ୍ୟାନ ଯାଞ୍ଚ କରିଛନ୍ତି । ଏହାରି ଭିତରେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟଓ୍ବାରୀ କହିଛନ୍ତି ଯେ, ତାଙ୍କ ଦଳ ୨୭ ପ୍ରତିଶତ ଓବିସି ସଂରକ୍ଷଣ ପାଇଁ ଲଢେଇ ଜାରି ରଖିବ ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ।  ଏପରିକି ସେ ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଓବିସି ସମ୍ପ୍ରଦାୟ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି ।  ଓବିସି ମହାସଭା ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ନିରାଶା ପ୍ରକାଶ କରିଛି । ସଂଗଠନର ଜାତୀୟ କୋର୍ କମିଟିର ସଦସ୍ୟ ଏବଂ ମାମଲାର ଆବେଦନକାରୀ ଲୋକେନ୍ଦ୍ର ଗୁର୍ଜର ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ, ମହାସଭା ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଏବଂ ଓବିସି ସମ୍ପ୍ରଦାୟର ଅଧିକାର ସୁରକ୍ଷା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି  ।

 

Latest Posts

Don't Miss