spot_img

Latest Posts

ମହଙ୍ଗା ହେଲା ହୋମ୍ ଲୋନ୍ ଏବଂ ଅଟୋ ଲୋନ୍ !

ନନ୍ଦିଘୋଷ ବ୍ୟୁରୋ: ଗ୍ରାହଙ୍କ ଉପରେ ମହଙ୍ଗା ମାଡ । ଖାଦ୍ୟ ତେଲ ଲୁଣ ସବୁ ଦର ବଢୁଥିବା ବେଳେ ଏବେ ଇଏମଆଇ ବି ବଢିବାକୁ ଯାଉଛି ।  ଭାରତୀୟ ରିର୍ଜଭ ବ୍ୟାଙ୍କ ଶେଷରେ ୪୩ ମାସ ପରେ ରେପୋ ରେଟ୍ ହାର ବୃଦ୍ଧି କରିଛି । ମୁଦ୍ରାସ୍ପୀତି ଏବଂ ବିଶ୍ବ ବଜାର ଚାପ ସତ୍ତ୍ବେ ଆରବିଆାଇ ଏପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣରେ ରଖିଥିଲା । ହେଲେ ୭ ଅକ୍ଟୋବର ବୁଧବାର ଦିନ ଶେଷରେ ଏଥିରେ ୦.୨୫ ପ୍ରତିଶତ ହାର ବୃଦ୍ଧି କରିଛି । ଫଳରେ ବର୍ତ୍ତମାନ ରେପୋ ହାର ୫.୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ପୂର୍ବରୁ ୫.୨୫ ପ୍ରତିଶତ ରହିଥିଲା । ଆଉ ରେପୋ ରେଟ୍ ବଢିବା ସହ ହୋମ୍ ଲୋନ୍, ଅଟୋ ଲୋନ୍ ସହିତ  ଅନ୍ୟ ସମସ୍ତ ପ୍ରକାରର ଖୁଚୁରା ଋଣ ଉପରେ ମଧ୍ୟ ସୁଧ ହାର ବୃଦ୍ଧି କରିପାରେ । ବିଶେଷକରି ଗୃହ କ୍ରେତାଙ୍କ ଉପରେ ଏହା ସିଧାସଳଖ ପ୍ରଭାବ ପକାଇପାରେ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଗତ ତିନି ଦିନ ଧରି ଚାଲିଥିବା ବୈଠକ ପରେ ୭ ଅକ୍ଟୋବରରେ ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଘୋଷଣା କରିଥିଲେ । ସେ କହିଥିଲେ ଯେ,ମୁଦାସ୍ପୀତିର ଚାପ ସତ୍ତ୍ବେ ଶେଷରେ ରେପୋ ରେଟ୍ ହାର ବଢାଇବାକୁ ପଡୁଛି । ଆଉ ଆରବିଆଇ ଗଭର୍ଣ୍ଣରଙ୍କର ୦.୨୫ ପ୍ରତିଶତ ହାର ବୃଦ୍ଧି ଘୋଷଣା ପରେ  ରେପୋ ରେଟ୍ ହାର ବୃଦ୍ଧି ପାଇ ୫.୫୦ ପ୍ରତିଶତ ହୋଇଯାଇଛି । ଫଳରେ ଏହା ହୋମ୍ ଲୋନ୍, ଅଟୋ ଲୋନ୍ କୁ ଗଭୀର ଭାବେ ପ୍ରଭାବିତ କରିବ । କାରଣ ଅଧିକାଂଶ ବ୍ୟାଙ୍କର ସୁଧହାର ବର୍ତ୍ତମାନ ରେପୋ ରେଟ୍ ସହ ଜଡିତ । କିନ୍ତୁ ଯେହେତୁ ଏମସିଏଲଆର୍ ରେଟ୍ ଡିପୋଜିଟ୍ ସହ ଲିଙ୍କ୍ ରହିଥାଏ, ସେଥିପାଇଁ ଲଙ୍ଗ୍ ଟର୍ମ ଲୋନ୍ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ।  ତେବେ ୨୦୨୩ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍ ରେ ଏହି ବୃଦ୍ଧି କରାଯାଇଛି ।

ଗଭର୍ଣ୍ଣରଙ୍କ କହିବାନୁସାରେ, ଷ୍ଟାଣ୍ଡିଙ୍ଗ୍ ଡିପୋଜିଟ୍ ଫାସିଲିଟି ଅର୍ଥାତ ଏସଡିଏଫ୍ ର ହାର ୫.୨୫ % ରଖାଯାଇଥିବା ବେଳେ ମାର୍ଜିନାଲ୍ ଷ୍ଟାଣ୍ଡିଙ୍ଗ୍ ଫାସିଲିଟିର ହାର ୫.୭୫% ବଜାୟ ରଖାଯାଇଛି । ତେଣୁ ଆରବିଆଇର ମନୋଭାବ ବଦଳୁଥିବାରୁ ଭବିଷ୍ୟତରେ ଯଦି ମୁଦ୍ରାସ୍ପୀତି ସମ୍ବନ୍ଧୀୟ ସୁଧ ହାରରେ ଉନ୍ନତି ନହୁଏ, ତାହାହେଲେ ଆଗକୁ ରେପୋ ରେଟ୍ ଆହୁରି ବଢିପାରେ । ବିଶ୍ବ ବଜାରରେ ଚାଲିଥିବା ଅସ୍ଥିରତା, ଘରୋଇ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ଖାଦ୍ୟ ପାନୀୟ ସାମଗ୍ରୀର ଦର ମଧ୍ୟ ବଢୁଛି । ଆଉ ଏହି ଚାପ ସାଢେ ୩ ବର୍ଷ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍ ହାରକୁ ବୃଦ୍ଧି କରିଛି ।

Latest Posts

Don't Miss