spot_img

Latest Posts

ଛତିଶଗଡ଼ ସୁରକ୍ଷା ବାହିନୀକୁ ବଡ଼ ସଫଳତା

ଛତିଶଗଡ଼ : ଛତିଶଗଡ଼ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ବାରସୁର ଜଙ୍ଗଲରୁ ଏକ ମାଓ ଡମ୍ପ ଠାବ କରାଯାଇଛି । ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କଲେ ୨୬ ଜଣ ନକ୍ସଲ  । ଜଙ୍ଗଲରେ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ସୂଚନା ପରେ ଏହାକୁ ଉଦ୍ଧାର କରିଛି ସୁରକ୍ଷା ବାହିନୀ । ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ AK-47, ଗୋଟିଏ ଇନସାସ ରାଇଫଲ୍ ଏବଂ ଗୋଟିଏ BGL ଲଞ୍ଚର୍ ରହିଛି । ଦାନ୍ତେୱାଡା ପୋଲିସ୍ ଅଧୀକ୍ଷକ ଚନ୍ଦ୍ର ମୋହନ ସିଂହ କହିଛନ୍ତି, ୨୬ ଜଣ ନକ୍ସଲ ନିଜ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ପାଖରେ ୧୬ଟି ସ୍ୱୟଂଚାଳିତ ଅସ୍ତ୍ର ଏବଂ ୧୦ଟି ମଜଲ୍-ଲୋଡିଂ ବନ୍ଧୁକ ଥିଲା । ସେମାନଙ୍କ ସୂଚନା ଆଧାରରେ ନକ୍ସଲମାନଙ୍କର ଏକ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ କରାଯାଇଛି । ଯେଉଁଥିରେ AK-47 ଏବଂ ଇନସାସ ରାଇଫଲ୍ ସମେତ ଅନେକ ଅସ୍ତ୍ରଶସ୍ତ୍ର ରହିଛି । ଏହା ଏକ ବଡ଼ ସଫଳତା । ସେଠାରୁ ଅସ୍ତ୍ରଶସ୍ତ୍ର ସହ ନକ୍ସଲମାନଙ୍କର ଦୁଇ ସେଟ୍ ପୋଷାକ ମଧ୍ୟ ଉଦ୍ଧାର କରାଯାଇଛି ।….

Latest Posts

Don't Miss