spot_img

Latest Posts

ପାର୍କିଂ ଅଭାବରୁ ମେନ୍‌ ରୋଡ୍‌ରେ ଟ୍ରାଫିକ ଜାମ, ଜବରଦଖଲ ବଢ଼ାଉଛି ସମସ୍ୟା

ରାଉରକେଲା: ରାଉରକେଲାର ଜନଗହଳିପୂର୍ଣ୍ଣ ମେନ ରୋଡ ଅଞ୍ଚଳରେ ନାହିଁ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ରଖୁଛନ୍ତି ଲୋକେ । ଉପୁଜୁଛି ଟ୍ରାଫିକ ସମସ୍ୟା।  ବିଶ୍ରା ଛକରୁ ପାଓ୍ଵାର ହାଉସ ପର୍ଯ୍ୟନ୍ତ ରାସ୍ତା ଅଧିକାଂଶ ସମୟରେ ଜାମ ରହୁଛି । ଘଣ୍ଟାଘଣ୍ଟା ଧରି ଭିଡ଼ରେ ଫସି ରହୁଛନ୍ତି ଯାତ୍ରୀ । ରାସ୍ତାର ଦୁଇ କଡ଼ରେ ବାଇକ ଓ କାର ପାର୍କିଂ ହେଉଥିବାରୁ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି । ମେନ ରୋଡ ଅଞ୍ଚଳରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଖାଲି ସେତିକି ନୁହେଁ ପାଦଚଲା ରାସ୍ତାକୁ ବ୍ୟବସାୟୀ ମାନେ ଜବରଦଖଲ କରି ନେଇଛନ୍ତି । ଯାହା ସମସ୍ୟାକୁ ଦ୍ଵିଗୁଣିତ କରୁଛି । ବାରମ୍ବାର ଦାବି ସତ୍ତ୍ଵେ ମେନ ରୋଡରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା କରାଯାଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଶୀଘ୍ର ପାଦଚଲା ରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ କରିବା ସହ ମେନ ରୋଡ ଅଞ୍ଚଳରେ ଅଧିକ ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

Latest Posts

Don't Miss