spot_img

Latest Posts

ମା’ ମଙ୍ଗଳାଙ୍କ ପୀଠରେ ନିଶା ମଙ୍ଗଳବାର ପୂଜା

ପୁରୀ : ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ମା ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ଏହି ଦିନରେ ୧୬ ପ୍ରକାର ବେଶ ଧାରଣ କରନ୍ତି ମା। ଷୋଡଶ ଉପଚାରରେ ପୂଜା ହେଉଥିବାବେଳେ ଷୋଡଶ ଭୋଗ ଲାଗି ହୋଇଥାଏ। ପ୍ରତିଦିନ ମା’ଙ୍କ ଅପୂର୍ବ ସୁନାବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଛୁ। ଏହି ୧୬ ଦିନ ଭିତରେ ପଡୁଥିବା ମଙ୍ଗଳବାରକୁ ନିଶା ମଙ୍ଗଳବାର ଭାବେ ପାଳନ କରାଯାଏ । ଆଶ୍ୱିନର ଏହି ନିଶା ମଙ୍ଗଳବାର ପୂଜା ରାତି ୧୨ଟା ପରେ ନିଶା ନିସ୍ତବ୍ଧତାରେ ହୋଇଥାଏ। ରାତିରେ ନିଷ୍ଠାର ସହ ଆଠକେରା ଦୂବ, ଆଠଖିଅ ସୂତାରେ ମା’ଙ୍କୁ ପୂଜା କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ବିଶେଷ କରି ପୁଅର ମଙ୍ଗଳ ପାଇଁ ମା’ମାନେ ଏହି ବ୍ରତକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଛନ୍ତି।

କୁହାଯାଏ ନିଷ୍ଠାର ସହ ନିଶା ମଙ୍ଗଳବାର ଓଷା କରି ସାଧବାଣୀ ନିଜ ସାତ ପୁଅର ଜୀବନ ଫେରିପାଇଥିଲା। ନିଶା ମଙ୍ଗଳବାରରେ ମା “ଜାଗ୍ରତ ଥାନ୍ତି ଓ ଦର୍ଶନ ଦିଅନ୍ତି ବୋଲି ବିଶ୍ବାସ ରହିଛି। ସେବେଠାରୁ ମାନସିକଧାରୀ ମାମାନେ ରାତି ଅନିଦ୍ରା ରହି ପୁଅର ମଙ୍ଗଳ ପାଇଁ ମା’ଙ୍କୁ ପୂଜା କରିବା ସହିତ ଉପାସ ରହି ନିଷ୍ଠାର ସହିତ ଏହି ବ୍ରତ ପାଳନ କରିଆସୁଛନ୍ତି।

Latest Posts

Don't Miss