ଭୁବନେଶ୍ୱର : ଦିନିକିଆ ସିରିଜ୍କୁ ୨-୧ ରେ ଜିତିବା ପରେ, ଏବେ ଟିମ୍ ଇଣ୍ଡିଆର ନଜର ଟି-୨୦ ଟ୍ରଫି ଉପରେ । ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ହାଇଭୋଲ୍ଟେଜ୍ ଟି-୨୦ ସିରିଜ୍ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଯୁବ ଟିମ୍ ଇଣ୍ଡିଆ । ସନ୍ଧ୍ୟା ୭ଟାରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ ସିରିଜ୍ର ପ୍ରଥମ ମ୍ୟାଚ୍। ଏହି ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର ଏବଂ ଉପ-ଅଧିନାୟକ ଦାୟିତ୍ୱରେ ଅଛନ୍ତି ତିଲକ ବର୍ମା । ସେହିପରି କାରିବିଆନ୍ ଦଳର କମାଣ୍ଡ ସମ୍ଭାଳୁଛନ୍ତି ଶାଇ ହୋପ୍ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ୱାଶିଂଟନ୍ ସୁନ୍ଦରଙ୍କୁ ଏହି ସିରିଜ୍ରୁ ବାଦ୍ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ନମନ ଧୀରଙ୍କୁ ଦଳରେ ସାମିଲ କରାଯାଇଛି । ଏହାସହ ଷ୍ଟାର୍ ବୋଲର ଯଶପ୍ରୀତ ବୁମରାଙ୍କୁ ଏହି ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି । ଭାରତ ଦିନିକିଆ ସିରିଜ୍କୁ ନିଜ ନାମରେ କରିସାରିଥିବା ବେଳେ, ଏବେ ଟି-୨୦ ସିରିଜ୍ରେ ମଧ୍ୟ ନିଜର ଦବଦବା ବଜାୟ ରଖିବାକୁ ଚେଷ୍ଟା କରିବ । ଅନ୍ୟପଟେ କାରିବିଆନ୍ ଦଳ ଟି-୨୦ ଫର୍ମାଟ୍ରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।….

