spot_img

Latest Posts

କେବିସି ହଟ୍‌ସିଟ୍‌ରେ ମୟୂରଭଞ୍ଜର ଝିଅ ସୋନାଲି

ମୟୁରଭଞ୍ଜ: ଲୋକପ୍ରିୟ ରିୟାଲିଟି ସୋ ‘କୋନ୍ ବନେଗା କରୋଡ଼ପତି’ ହଟ ସିଟ୍ ରେ ବସିଛନ୍ତି ମୟୁରଭଞ୍ଜ ଖୁଣ୍ଟା ଅଞ୍ଚଳର ଝିଅ ସୋନାଲି ସେଶାଦ୍ରୀ। ପେଶାରେ ସେ ଡାକ ବିଭାଗରେ ଜିଡ଼ିଏସ ଭାବେ କାର୍ଯ୍ୟରତ। କେବିସି ରେ ଭାଗ ନେବା ପାଇଁ ସେ ଗତ ଜାନୁଆରୀ ମାସରେ କେବିସି ପାଇଁ ରେଜିଷ୍ଟ୍ରେସନ କରିଥିଲେ। ପରେ ମାର୍ଚ୍ଚ ମାସରେ କ୍ୱାଲିଫାଏ ହେବା ସହିତ ଜୁନ ମାସରେ କଲିକତାରେ ଅଡିସନ ଦେଇଥିଲେ। ଅଡିସନରେ ମନୋନୀତ ହେବା ପରେ ଗତ ୧୭ ତାରିଖରେ ସେ କେବିସି ର ହଟସିଟ ରେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଙ୍କ ସାମ୍ନାରେ ବସିଥିଲେ। ସମୁଦାୟ ୧୬ ଗୋଟି ପ୍ରଶ୍ନ କେବିସି ରେ ପଚରା ଯାଉଥିବା ବେଳେ ସୋନାଲି ୧୨ ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ସେ ସାଢେ ୧୨ ଲକ୍ଷ ଟଙ୍କା ଜିତିଛନ୍ତି। ସୋ ରେ ସୋନାଲିଙ୍କ ସହିତ ତାଙ୍କ ମା’ ରୀନା ଦଳେଇ ଉପସ୍ଥିତ ଥିଲେ। ଝିଅ ର ଏହି ସଫଳତା ପାଇଁ ପରିବାର ସଦସ୍ୟ ସମସ୍ତେ ବେଶ୍ ଖୁସି ଅଛନ୍ତି।

Latest Posts

Don't Miss