ଜେଲ୍ରେ ଆରମ୍ଭ ହେଲା ଇ-ମୁଲାକାତ ବ୍ୟବସ୍ଥା
1 min readଜେଲକୁ କୋରୋନା ଭୟ । ଆଜି ଠୁ ସବୁ ଜେଲରେ ଲାଗୁ ହେଲା ଇ- ମୁଲାକାତ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ କାରାଗାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଜେଲର ଭିଜିଟର ରୁମ୍ର ସ୍କାଏପି ମାଧ୍ୟମରେ କଏଦୀଙ୍କ ସହ କଥାବାର୍ତ୍ତା ହୋଇପାରିବେ ସମ୍ପର୍କୀୟ । ଭିଜିଟର ରୁମ୍ରେ କଏଦୀଙ୍କ ସମ୍ପର୍କୀୟ ରହୁଥିବା ବେଳେ ଜେଲ୍ ଭିତରୁ ଅନ୍ୟ ଏକ ଲ୍ୟାପଟପରୁ ସ୍କାଏପି ମାଧ୍ୟମରେ କଥା ହେବେ କଏଦୀ । ଚୈଦ୍ୱାର ଜେଲରେ ଦିନ ୧୦ଟା ସୁଦ୍ଧା ୨୫ ଜଣ ମୁଲାକାତ କରିଲେ ।
କଟକ ଜେଲରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଲାକାତ ଚାଲିଛି । ପ୍ରାୟ ଅଧିକାଂଶ ଜେଲରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ କାରାଗାର ଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ପାରୋଲରୁ ଫେରଥିବା କଏଦୀ କିମ୍ୱା ନୂଆ କଏଦୀ ଆସିଲେ ସେମାନଙ୍କୁ ସାନିଟାଇଜ କରାଯିବା ପରେ ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯିବ । ଯଦି ସେମାନଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଗଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ ।