କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ନିଖୋଜର ଖିଅ ପାଉନି ପୋଲିସ । ୮ ଜଣଙ୍କୁ ଉଠାଇ ଆଣି ମାରାଥନ ଜେରା କରିବା ପରେ ମଧ୍ୟ ପୋଲିସ ହାତ ଖାଲି । ଗତକାଲି ଜେରା ପରେ ପୋଲିସ ସମସ୍ତଙ୍କୁ ଛାଡି ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ନଦୀରେ ଭାସୁଥିବା ବେଳେ ଶୁଭଶ୍ରୀଙ୍କ ପରିବାର ଲୋକେ ମୃତଦେହ ଡଙ୍ଗାରେ ନେଇଥିବା ଦେଖିଥିଲେ ପ୍ରତକ୍ଷ ଦର୍ଶୀ । ହେଲେ ଏବେ ପୋଲିସ ସାମ୍ନାରେ ସତ ମାନୁନାହାନ୍ତି ଶୁଭଶ୍ରୀଙ୍କ ପରିବାର । ଝିଅକୁ ସେମାନେ ପାଉ ନଥିବା ଥାନାରେ ଅଭିଯୋଗ କରିଛନ୍ତି । ଯାହା ପାଇଁ ଏବେ ଅଡୁଆରେ ପୋଲିସ । ଶୁଭଶ୍ରୀ ନିଖୋଜ ହେବା ଏବଂ ନଦୀରେ ଶବ ମିଳିବା ଘଟଣାକୁ ୬ ଦିନ ବିତିଥିଲେ ବି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ପାରୁନି ରାଜନଗର ପୋଲିସ । ମୃତଦେହ ମିଳିଲେହିଁ ପୋଲିସ କୌଣସି ସିଦ୍ଧାନ୍ତରେ ପହଞ୍ଚିବ ବୋଲି କୁହାଯାଇଛି । ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା SP କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖୁ ନାହାନ୍ତି ।

