spot_img

Latest Posts

ଅବହେଳିତ କୋଣାର୍କ ଅର୍ବାନ ହାଟ

କୋଣାର୍କ  : ଅବହେଳିତ କୋଣାର୍କ ଅର୍ବାନ ହାଟ। ତାଲା ବନ୍ଦ ଅର୍ବାନ ହାଟ ଭିତରେ କାନ୍ଦୁଛି କଳା । ହାଟରେ ତାଲା, ରାସ୍ତା କଡରେ ଶିଳ୍ପୀ । ପୂର୍ବ ସରକାରଙ୍କ ଭିଜନରେ ନିର୍ମାଣ ହୋଇଥିବା ବଡ଼ ବ୍ୟବସାୟୀ ପେଣ୍ଠସ୍ଥଳୀ ଏବେ ଧ୍ବଂସସ୍ତୁପ ପାଲଟିଲାଣି।  ଭାଙ୍ଗିରୁଜି ଗଲାଣି ଶିଳ୍ପୀଙ୍କ ହାତ ତିଆରି ମୂର୍ତ୍ତି। ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ପ୍ରସିଦ୍ଧ ବାଦ୍ୟ ନିର୍ଝରିଣୀ। ଏହି ବାଦ୍ୟ ନିର୍ଝରିଣୀ ଅର୍ବାନ ହାଟ କମ୍ପ୍ଲେକ୍ସକୁ ୨୦୧୩ରେ ପୂର୍ବ ସରକାର ଉନ୍ମୋଚନ କରିଥିଲେ। ସେତେବେଳେ ଏହା କୋଣାର୍କର କଳା ଓ ପର୍ଯ୍ୟଟନର ନୂଆ ପରିଚୟ ହେବ ବୋଲି ଆଶା କରାଯାଇଥିଲା।  କିନ୍ତୁ ସରକାର ବଦଳିବା ପରେ ଉନ୍ନୟନ କେବଳ ଫାଇଲରେ ଚାଲିଛି।

କୋଣାର୍କ ଅର୍ବାନ ହାଟରେ ଝୁଲୁଛି ତାଲା।  ହାଟ ପରିସରରେ ନାହିଁ ପିଇବା ପାଣି, ନାହିଁ ଲାଇଟ। ପରିଷ୍କାର ନାହିଁ ପରିସର। ଟେରାକୋଟା ସାମଗ୍ରୀ ବର୍ଷାରେ ଭିଜି ନଷ୍ଟ ହେଲାଣି । ଅନା ବନା ଗଛରେ ଜଙ୍ଗଲ ହେଲାଣି ପରିସର । କୋଟି ଟଙ୍କାର କୋଠା ଭୂତ ବଙ୍ଗଳା ପାଲଟିଛି । ଯେଉଁଠି ଦିନେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ଆମୋଦ ପ୍ରମୋଦର ସ୍ଥାନ ଥିଲା ଆଜି ତାହା ନିରବ ହୋଇ ପଡିଛି ।

ଏହି ହାଟ ବଞ୍ଚିଲେ ହିଁ କୋଣାର୍କର ପଥର ଓ ଟେରାକୋଟା କଳା ବଞ୍ଚିବ। ନହେଲେ ଯେଉଁ କଳାକୁ ଦେଖିବାକୁ ବିଦେଶୀ ଆସୁଛି, ସେହି କଳା ଏହି ତାଲା ବନ୍ଦ ହାଟ ଭିତରେ ହିଁ ଦମ ଛାଡିଦେବ।

Latest Posts

Don't Miss