ନନ୍ଦିଘୋଷ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରାତି ପ୍ରାୟ ୧୦ଟା ୪୮ ମିନିଟ ୨୦ ସେକଣ୍ଡରେ ଏହି ଭୂମିକମ୍ପ ଝଟକା ପ୍ରାୟ ୫ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ କିମି ଦୂର ବ୍ଲକର ସୀମାନ୍ତ ଚଢେଇମରା ଜଙ୍ଗଲ ।ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି-NCS ରିପୋର୍ଟ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା। ଭୂଗର୍ଭର ୨୦ କିମି ଗଭୀରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ଚଢ଼େଇମାର ଗ୍ରାମ ନିକଟସ୍ଥ ଦେବଗଡ଼ ଜିଲ୍ଲାର ଚଢେଇମରା, ଆଉଁଳି, ପାଟକମୁଣ୍ଡା, ଟାଙ୍ଗିରି, ରାଇପାଳ, ଛେଣ୍ଡିପଦା, ଖାମର, କୋଶଳା ବାଗଡ଼ିଆ, ପାତ୍ରପଡା ଆଦି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।ହଠାତ୍ ପାଦ ଥରିବାରୁ ଲୋକେ ଭୟଭୀତ ହୋଇ ଯାଇଥିଲେ । ତେବେ କୌଣସି ଧନଜୀବନ ହାନି ହୋଇ ନଥିବା ସୂଚନା

