spot_img

Latest Posts

ଶରତର ଆଗମନରେ ମନମୋହୁଛି କାଶତଣ୍ଡୀ

ନନ୍ଦିଘୋଷ ବ୍ୟୁରୋ :କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ । ସରୋବରେ ଫୁଟିଅଛି କୁମୁଦ କମଳ । ଧରାକୁ ଛୁଇଁଛି ପାର୍ବଣ  । ସଜେଇ ହୋଇଛି ପ୍ରକୃତି ରାଣୀ । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ସତେ ଯେମିତି ମାଆଙ୍କ ସ୍ବାଗତ ପାଇଁ ବାହୁ ମେଲାଇ ବସିଛି କାଶତଣ୍ଡୀ ଫୁଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳର ରାସ୍ତାକଡ଼, ନଦୀପଠା, ଧାନ କ୍ଷେତ ସବୁଠି ଦେଖିବାକୁ ମିଳୁଛି କାଶତଣ୍ଡୀର ସମ୍ଭାର । କଅଁଳିଆ ପବନରେ ଦୋଳି ଖେଳି ଖେଳି ବାଟୋଇଙ୍କୁ ଆନମନା କରୁଛି ଧୋବ ଫରଫର କାଶତଣ୍ଡୀ । ସତେ ଯେମିତି ଶସ୍ଯ ଶ୍ଯାମଳା ଧରଣୀରେ ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ । ଯାହାକୁ ଦେଖି କବି ଲିଖନୀରୁ ଝରିପଡୁଛି ଅନେକ କବିତା ।…

ଓଡ଼ିଆ ପରମ୍ପରା ଓ ସାହିତ୍ୟରେ କାଶତଣ୍ଡୀର ରହିଛି ସ୍ୱତନ୍ତ୍ର ସ୍ଥାନ । କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେ ଯେମିତି ଆନମନା ହୋଇଛି ପ୍ରକୃତିରାଣୀ । ଧରଣୀ କୋଳରେ ବେଶ ଶୋଭା ପାଉଛି ଧବଳରାଣୀ କାଶତଣ୍ଡୀ ।…

 

 

ଶୋଭା ପାଉଛି ଧବଳରାଣୀ କାଶତଣ୍ଡୀ ।…

Latest Posts

Don't Miss