spot_img

Latest Posts

ଏମ୍‌ଏମ୍‌ଡିଆର୍ ବିଲ୍ ବିରୋଧରେ ରାୟଗଡ଼ାରେ ବିଜେଡିର ବିଶାଳ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ାରେ ଜିଲ୍ଲା ବିଜେଡି ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା। ଏମ୍‌ଏମ୍‌ଡିଆର୍ ବିଲ୍ ବିରୋଧରେ ଗର୍ଜିଲା ବିଜେଡି। ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜ୍ୟସ୍ତରୀୟ ନେତା ପ୍ରଦୀପ ମାଝୀ, ପ୍ରୀତିରଞ୍ଜନ ଘଡ଼େଇ ଏବଂ ଭୃଗୁ ବକ୍ସିପାତ୍ର, ଚିନ୍ମୟ ମହାପାତ୍ର, ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ​ରାୟଗଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ୩,୦୦୦ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇ ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ବିରାଟ ପଦଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Latest Posts

Don't Miss