spot_img

Latest Posts

ଅସୁରକ୍ଷିତ ସ୍କୁଲ କୋଠା ବନ୍ଦ, ଅଙ୍ଗନବାଡ଼ିର୨ ରୁମରେ ପିଲାଙ୍କ ପାଠପଢ଼ା

ନନ୍ଦିଘୋଷ ବ୍ୟୁରୋ : ଅସୁରକ୍ଷିତ ବିଦ୍ୟାଳୟ କୋଠା ଘୋଷଣା କଲେ । ନୂଆ କୋଠା ନିର୍ମାଣ ପାଇଁ ପ୍ରତିଶୃତି ଦେଲେ । ପୂରାତନ ବିଲଡିଂରୁ ଛାତ୍ରଛାତ୍ରୀଙ୍କୁ ଉଠାଇ ଆଣି ଅନ୍ୟଠି ଶିକ୍ଷାଦାନ ପାଇ ବ୍ୟବସ୍ଥା କଲା ପ୍ରଶାସନ । ହେଲେ ଶତାଧିକ ପିଲାଙ୍କ ପାଇଁ ମାତ୍ର ଦୁଇଠି କୋଠରୀ । ଯାହା ଶିକ୍ଷା ଦାନରେ ବି ଶିକ୍ଷାଗ୍ରହଣରେ ବି ସମସ୍ୟା ସୃଷ୍ଟି କରିଛି । ଏଭଳି ସମସ୍ୟା ସମ୍ମୁଖୀନ ହେଉଛନ୍ତି  କଟକ ଉତ୍କଳମଣୀ ସ୍ମାରକୀ ବିଦ୍ୟାପୀଠ, ଖାନନଗର ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ । କଟକ ଖାନନଗରରେ 1962 ମସିହାର ସ୍ଥାପିତ ହୋଇଥିଲା ଏହି ଦୁଇଟି ସ୍କୁଲ । ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ପଢିଥାନ୍ତି । ତେବେ ସାତ ମାସ ତଳେ ମୂଳ ବିଲଡିଂର ଛାତରୁ କଂକ୍ରିଟ ଖସିବା ଓ କାନ୍ଥ ଖରାପ ହୋଇ ଯିବା କାରଣରୁ ସ୍କୁଲ ବିଲଡିଂକୁ ବିପଦସଂକୁଳ ଘୋଷଣା କରାଯାଇ ବନ୍ଦ କରି ଦିଆଯାଇଥିଲା। ପରେ ବିକଳ୍ପ ଭାବେ ସାମନାରେ ଥିବା ଅଙ୍ଗନବାଡି କେନ୍ଦ୍ର ଉପର ମହଲାର ୱାର୍ଡ ଅଫିସରେ ସ୍କୁଲ ଚାଲିଛି । ହେଲେ ସାତ ମାସ ହେଲା ସାତଟି ଶ୍ରେଣୀର ଶହେରୁ ଅଧିକ ଛାତ୍ରଛାତ୍ରୀ ଦୁଇଟି ଘରେ ବସି ପଢୁଛନ୍ତି । କୌଣସି ମୌଳିକ ସୁବିଧା ନଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । …

ଏ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ, ଗଣ ଶିକ୍ଷାବିଭାଗ ପାଖରେ ଗୁହାରି ହେବା ପରେ କିଛି ସୁଫଳ ମିଳି ନଥିଲା। ଏବେ ଧୀରେ ଧୀରେ ଅସନ୍ତୋଷ ଦାନା ବାନ୍ଧିବା ପରେ ସ୍କୁଲ ଖାଲି କରିବାକୁ ଏକ ଚିଠି ଆସିଛି । ତେବେ ନୂଆ ବିଲଡିଂ କାମ ଆରମ୍ଭ ହୋଇ କେବେ ସରିବ ବୋଲି ପ୍ରଶ୍ନ ଉଠିଛି । …

ପୂର୍ବ ସରକାର ପ୍ରାଥମିକ ଶିକ୍ଷାଠାରୁ କଲେଜ ପର୍ଯ୍ୟନ୍ତ ସବୁ ବର୍ଗର ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ୍ତମାନର ଶିକ୍ଷା ବ୍ୟବସ୍ଥା କରିଥିଲେ । ହେଲେ ସରକାର ବଦଳିବା ପରେ ସବୁ ବ୍ୟବସ୍ଥା ଶିଥିଳ ପଡିଯାଇଥିବା ପରି ମନେ ହେଉଛି । …

Latest Posts

Don't Miss