spot_img

Latest Posts

ଗଞ୍ଜାମ ଜିଲ୍ଲା ଆସ୍କା ପଞ୍ଚାୟତ ସମିତି ବୈଠକରେ ବିଧାୟକ ସରୋଜ ପାଢୀଙ୍କ ଦୁଇ ପୁଅ ମହିଳା ସରପଞ୍ଚଙ୍କୁ ଅଶାଳୀନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି।

ନନ୍ଦିଘୋଷ ବ୍ୟୁରୋ : ନାରୀ ବନ୍ଦନା ବଦଳରେ ମହିଳା ଆକ୍ରୋଶ ସମାବେଶ କଲେ ଶାସକ ଦଳକୁ ଶୋଭା ପାଇବ। ଗଞ୍ଜାମ ଜିଲ୍ଲା ଆସ୍କା ପଞ୍ଚାୟତ ସମିତି ବୈଠକରେ ବିଧାୟକ ସରୋଜ ପାଢୀଙ୍କ ଦୁଇ ପୁଅ ମହିଳା ସରପଞ୍ଚଙ୍କୁ ଅଶାଳୀନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି। ଆକ୍ରୋଶର ଶିକାର ମହିଳା ସରପଞ୍ଚ ଜୟନ୍ତୀ ବେହେରାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଏମସି କର୍ପୋରେଟର ମାନସୀ ସୁନ୍ଦରାୟ ଭାରତୀୟ ଜନତା ପାର୍ଟି ଓ ବିଧାୟକ ସରୋଜ ପାଢ଼ୀଙ୍କୁ ଟାର୍ଗେଟ କରିବା ସହ ଘଟଣାରେ ନ୍ୟାୟ ନମିଳିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।

ସାଂସଦ ସୁଲତା ଦେଓ କହିଛନ୍ତି ଯେ, ଆସ୍କା ପଞ୍ଚାୟତ ସମିତି ବୈଠକରେ ବିଧାୟକ, ସାଂସଦ ଓ ଜିଲ୍ଲା ପରିଷଦ ସଭାପତି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା କଥା। କିନ୍ତୁ ବିଧାୟକଙ୍କ ସାଙ୍ଗରେ ଦୁଇ ପୁଅ ଯିବା କଣ ଆବଶ୍ୟକ? ଯଦି ଯାଉଛନ୍ତି ତେବେ ସପରିବାର ଯାଆନ୍ତୁ। ପଞ୍ଚାୟତ ସମିତି ବୈଠକ ସତର ମାସ ଧରି ବନ୍ଦଥିଲା। ବିଧାୟକଙ୍କ ଇସାରାରେ ବିଡିଓ ବନ୍ଦ କରିଥିବା ସୁଲତା ଅଭିଯୋଗ ଆଣିଛନ୍ତି। ବୈଠକରେ ମହିଳା ସରପଞ୍ଚଙ୍କୁ ଅଶାଳୀନ ବ୍ୟବହାର ପ୍ରସଙ୍ଗରେ କହିଛନ୍ତି ଯେ, ଦଳିତ ମହିଳା ସରପଞ୍ଚ କହୁଛନ୍ତି ସରୋଜ ପାଢ଼ୀଙ୍କ ପୁଅ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି।ଏ କଣ ଦଳୀୟ କାର୍ଯ୍ୟାଳୟ ? ସରୋଜ କହିଲେ ମୋ ପୁଅ ଯାଇ ନାହାନ୍ତି। ମୋର ସାନ ପୁଅ ମୋର‌ ପ୍ରତିନିଧି। ବିଧାୟକଙ୍କୁ କେହି ମିଳିଲେନି ବୋଲି ପୁଅକୁ ପ୍ରତିନିଧି କଲେ। ତେବେ ବିଧାୟକ ବୈଠକରେ ଉପସ୍ଥିତ ଥିବା ସମୟରେ କଣ ଆବଶ୍ୟକ ପ୍ରତିନିଧିର ?  ତାପରେ କହିଲେ ସାନ ପୁଅ ଗଲା ବଲୋ ବଡ ପୁଅ ଗଲା। ଦୁଇ ପୁଅ ତ ଗଲେ ଏବେ ସପରିବାର ଯାଆନ୍ତୁ। ତିଖିରିରେ ମଧ୍ୟ ସମାନ ଘଟଣା ଘଟିଥିଲା। ପଞ୍ଚାୟତ ପାଇଁ ସ୍ଵର ଉଠାଉଥିବା ମହିଳାଙ୍କ ପ୍ରତି ବିଜେପି ସରକାର ଆକ୍ରୋଶମୂଳକ ଶିକାର କରୁଛି। ବିଜେପି ନାରୀ ବନ୍ଦନ ବଦଳରେ ମହିଳା ଆକ୍ରମଣ ସମାବେଶ କର ଶୋଭା ପାଇବ।‌ଏମଏମଡିଆର ବିଲ୍ ଯୋଗୁଁ ଖଣି ଖାଦାନ ଅଞ୍ଚଳରେ ଗ୍ରାମସଭା ବନ୍ଦ କରି ସାରିଲେଣି। ଖଣି ପାଣି ସହ ଏ ସରକାର ସରପଞ୍ଚଙ୍କ କ୍ଷମତା ଲୁଟ୍ କରିନେବେ। ଘଟଣାରେ ବିଡ଼ିଓଙ୍କୁ ଦାୟୀ କରିବା ସହ ସିସିଟିଭି ସାର୍ବଜନୀନ କରିବାକୁ ଦାବି କରିଛନ୍ତି ସୁଲତାନ। ଏଆଇ ମାଧ୍ୟମରେ ସରପଞ୍ଚଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ସୁଲତା ଅଭିଯୋଗ ଆଣିଛନ୍ତି। ଆକ୍ରୋଶର ଶିକାର ମହିଳା ସରପଞ୍ଚ କହିଛନ୍ତି ଯେ, ବ୍ଲକ୍ ଆଗରେ ଧାରଣା ପରେ ୧୬ ମାସ ପରେ ବୈଠକ କଲେ। ଉତ୍ସାହର ସହ ଆମେ ପଞ୍ଚାୟତର ବିକାଶ ପାଇଁ ପ୍ରଶ୍ନ କରୁଥିଲୁ। ବିଧାୟକଙ୍କର ମୋର ଆଲୋଚନା ଚାଲିଥିଲା ବକେୟା କାର୍ଯ୍ୟ ପାଇଁ। ପଞ୍ଚାୟତର ବିକାଶ ନେଇ ପ୍ରଶ୍ନ କରୁଥିଲି। ତାଙ୍କ ଦି ପୁଅ ବୈଠକ ଗୃହର କବାଟ ଠେଲି ପ୍ରବେଶ କରିବା ସହ ମୋତେ ଗାଳି। ମୁ ଜଣେ ଦଳିତ ବିଧବା ମହିଳା। ନବୀନ ବାବୁଙ୍କ ପାଇଁ ଆଜି ଏଠି ପହଞ୍ଚିଛୁ। ଦି ପୁଅଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନନେଲେ ରାଜରାସ୍ତାକୁ ଓହ୍ଲାଇବି। ନ୍ୟାୟ ମିଳୁ। ମୋର କେହି ନାହାନ୍ତି ବିଧାୟକ ମଧ୍ୟ ତାଙ୍କ ଦି ପୁଅଙ୍କୁ ସମର୍ଥନ ଦେଇଛନ୍ତି। ସରକାର ଓ ବିରୋଧୀ ଦଳ ନେତା ନବୀନ ବାବୁଙ୍କୁ ନ୍ୟାୟ ମାଗୁଛି।

Latest Posts

Don't Miss