spot_img

Latest Posts

CBSE ପରୀକ୍ଷା ପାଇଁ ବଡ ନିଷ୍ପତ୍ତି… ଆଜିଠାରୁ ହେବ ଲାଗୁ

ଦେହରାଡୁନ୍: କରୋନା ବୃଦ୍ଧି ଯୋଗୁଁ ନିକଟରେ ଅନେକ ପରୀକ୍ଷା ସ୍ଥଗିତ ହୋଇଥିଲା । ହେଲେ ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ସିବିଏସି ବୋର୍ଡ ପରୀକ୍ଷାରେ ବଡ଼ ପରିବର୍ତ୍ତନ କରିଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ତଥା ଆଜିଠୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଏହି ପରିବର୍ତ୍ତନ ଜାରି ହେବ। ସିବିଏସି ଦେହରାଡୁନ୍ ଆଞ୍ଚଳିକ ଅଧିକାରୀ ରଣବୀର ସିଂଙ୍କ ଦ୍ୱାରା ଏହି ଚିଠି ସମଗ୍ର ଅଞ୍ଚଳର ସମସ୍ତ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପରୀକ୍ଷା କେନ୍ଦ୍ରରେ ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ଅତି କମରେ ଗୋଟେ ମିଟରର ଦୂରତା ରହିବା ଜରୁରୀ।  ଗୋଟେ ପରୀକ୍ଷା ହଲରେ ୧୨ ଜଣ ଛାତ୍ର ଛାତ୍ରୀ ବସିପାରିବେ  । ଛାତ୍ରଛାତ୍ରୀମାନଙ୍କର ସବୁ ସୁବିଧାର ବ୍ୟବସ୍ଥା କରାଯିବ ।

ପରୀକ୍ଷା ସେଣ୍ଟରରେ କକ୍ଷ କମ ଥିଲେ ଛାତ୍ର ଛାତ୍ରୀ ମାନଙ୍କୁ ଲାଇବ୍ରେରୀ, ଅଡିଟୋରିୟମ୍, ଲ୍ୟାବ୍ ଇତ୍ୟାଦିରେ ବସିବାର ସୁବିଧା କରାଯିବ । ବୋର୍ଡ ଏହି ଆଦେଶ ପାଳନ କରିବାକୁ ସୂଚନା ଦେଇଛି । ଯେଉଁମାନେ ଏହି ନିର୍ଦ୍ଦେଶନାମା ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପରିସ୍ଥିତିରେ ଭୟଭିତ ନ ହୋଇ ସତର୍କ ରହିବା ଅତ୍ୟନ୍ତ ଜରୁରୀ । ଡାକ୍ତରମାନଙ୍କ ଅନୁସାରେ କରୋନାକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ କେବଳ ସତର୍କତା ଅବଲମ୍ବନ କରିବା ଉଚିତ୍ । ଯାହାଦ୍ୱାରା ଏହା ବ୍ୟାପିବ ନାହିଁ ।

 

Latest Posts

Don't Miss