ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ବେଳେ କ୍ରସ୍ ଭୋଟିଂ କରିଥିବା ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ବିଜେଡି ଆରମ୍ଭ କରିଛି ଆଇନଗତ ଲଢ଼େଇ। ସେହି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଲାଗି ହାଇକୋର୍ଟରେ ପିଟିସନ ଦାଏର କରିଛି ଦଳ। ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ରିଟ ପିଟିସନ (ସିଭିଲ) ଦାଖଲ କରିଛି। ରାଜ୍ୟସଭା ନିର୍ବାଚନର ୬ ମାସ ରେ ବି ବାଚସ୍ପତି କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ବିଜେଡି ଏହି ପଦକ୍ଷେପ ନେଇଛି। କ୍ରସ୍ ଭୋଟିଂ କରିଥିବା ସେହି ବିଧାୟକମାନେ ହେଉଛନ୍ତି ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ଵାଳ, ନବ ମଲ୍ଲିକ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରଧର କହଁର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼। ଦଳର ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିବାରୁ ସଦସ୍ୟତା ରଦ୍ଦ ପାଇଁ ପୂର୍ବରୁ ବାଚସ୍ପତ୍ତିକଂ ନିକଟରେ ଦଳ ପିଟିସନ ଦାଖଲ କରିଥିଲା। ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବିଜେଡି ହାଇକୋର୍ଟରେ ପିଟିସନ ଦାଖଲ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। …
ସେପଟେ ଅରୁଣ ସାହୁ କହିଛନ୍ତି, ନିଲମ୍ଵିତ ବିଧାୟକମାନେ ଦଳୀୟ ହୁଇପ ମାନିନାହାନ୍ତି। ବିଧାୟକ ଦଳ ବୈଠକକୁ ଅନେକ ସମୟରେ ଆସିନାହାନ୍ତି। ଦଳ ହୁଇପ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ସେମାନଙ୍କ ସଭ୍ୟପଦ ରଦ ପାଇଁ ଆବେଦନ କରାଯାଇଛି। …

