spot_img

Latest Posts

କାଳିଆ ଦର୍ଶନବେଳେ ଗୁଳୁଗୁଳିରୁ ମିଳିବ ମୁକ୍ତି ।

ନନ୍ଦିଘୋଷ ବ୍ୟୁରୋ : କାଳିଆ ଦର୍ଶନବେଳେ ଗୁଳୁଗୁଳିରୁ ମିଳିବ ମୁକ୍ତି । ଅସହ୍ୟ ଗରମରୁ ରକ୍ଷା ପାଇବେ ଶ୍ରଦ୍ଧାଳୁ । ପୁରୀ ଶ୍ରୀମନ୍ଦିର ନାଟମଣ୍ଡପରେ ଆରମ୍ଭ ହେଲା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା । ଭିତର କାଠ ଦର୍ଶନ ପାଇଁ ଯାଉଥିବା ବେଳେ ମଧ୍ୟ ନାଟ ମଣ୍ଡପରେ ଭକ୍ତ ମାନେ ଭିଡ଼ ମଧ୍ୟରେ ଠିଆ ହୋଇ ରହିବା ଦ୍ୱାରା ଅଣ ନିଶ୍ୱାସୀ ହୋଇ ପଡୁଥିଲେ । ସମସ୍ୟାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାଟ ମଣ୍ଡପରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ସୋମବାର ଦିନ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ନାଟ ମଣ୍ଡପରେ ଏପରି ବ୍ୟବସ୍ଥା ଦ୍ବାରା ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ସେବାୟତ ମାନେ ମଧ୍ୟ ଉପକୃତ ହୋଇ ପାରିବେ ।

ନାଟ ମଣ୍ଡପରେ ଶୀତ ତାପ ବ୍ୟବସ୍ଥାକୁ ନେଇ ଭକ୍ତମାନେ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ ନାଟ ମଣ୍ଡପ ଭିତରେ ଶୀତତାପ ବ୍ୟବସ୍ଥା ଯୋଗୁଁ ବେଶ ଆରମଦାୟକ ଦର୍ଶନ ମିଳୁଥିବା କହିଛନ୍ତି । ଅନ୍ୟ ପକ୍ଷରେ କିନ୍ତୁ ଏଭଳି ବ୍ୟବସ୍ଥାରେ ଆଉ ସୁଧାର ଆଣିବା ଆବଶ୍ୟକତା ରହିଛି ବୋଲି ସେବାୟତ ମତ ରଖିଛନ୍ତି । ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିବା ସହ ଏହା ଶ୍ରୀମନ୍ଦିର ନାଟ ମଣ୍ଡପ ପ୍ରତି ସମସ୍ୟା ସୃଷ୍ଟି ନକରୁ ବୋଲି ବରିଷ୍ଠ ସେମାନେ କହିଛନ୍ତି ।

ମହାପ୍ରଭୁଙ୍କ ଅନେକ ପାରମ୍ପରିକ ବ୍ୟବସ୍ଥା ମଧ୍ୟରେ ଏହି ଶୀତତାପ ବ୍ୟବସ୍ଥା ବ୍ୟତିକ୍ରମ ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଛନ୍ତି ସେବାୟତ  ।

 

Latest Posts

Don't Miss